Report Card Odisha

| Daily Odia News

ସମ୍ବିଧାନ ସଂଶୋଧନ,ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଗାମୀ ୧୫ ବର୍ଷ ପର୍ଯ୍ୟନ୍ତ କ୍ଷମତାରେ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

୬୮ ବର୍ଷ ବୟସ୍କ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଉ ଦୁଇଟି ପାଳି ଦେଶର ରାଷ୍ଟ୍ରପତି ଭରା ତୁଲାଇବେ। ଏ ସଂକ୍ରାନ୍ତ ଏକ ଆଇନରେ ନିଜେ ପୁଟିନ ସୋମବାର ସ୍ୱାକ୍ଷର କରିଛନ୍ତି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଗାମୀ ୧୫ ବର୍ଷ ପର୍ଯ୍ୟନ୍ତ କ୍ଷମତାରେ ରହିବାର ପଥ ପରିଷ୍କାର ହୋଇଛି। ଯାହା ତାଙ୍କୁ ୨୦୩୬ ପର୍ଯ୍ୟନ୍ତ କ୍ଷମତାରେ ରହିବାର ଅଧିକାର ପ୍ରଦାନ କରିଛି। ମସ୍କୋ ଟାଇମ୍ସର ରିପୋର୍ଟ ଅନୁଯାୟୀ,ରାଷ୍ଟ୍ରପତି ଭାବେ ପୁଟିନଙ୍କ ଏହା କ୍ରମାଗତ ଦ୍ଵିତୀୟ ତଥା ମୋଟ୍ ଚତୁର୍ଥ କାର୍ଯ୍ୟକାଳ ହେବ। ବର୍ତ୍ତମାନର ସମ୍ବିଧାନ ଅନୁଯାୟୀ ତାଙ୍କୁ ୨୦୨୪ରେ କ୍ଷମତା ଛାଡିବାକୁ ପଡିଥାନ୍ତା। ହେଲେ ଏବେ ସମ୍ବିଧାନର ସଂଶୋଧନ କାରଣରୁ ପୁଟିନ ଆଗାମୀ ୧୫ ବର୍ଷ ଋଷର ରାଷ୍ଟ୍ରପତି ପଦରେ ରହି ପାରିବେ। ପୁଟିନ ଗତ ବର୍ଷ ଦେଶରେ ଏକ ଜନମତ ସଂଗ୍ରହ କରିଥିଲେ। ପ୍ରବଳ ବିରୋଧ ମଧ୍ୟରେ ମତଦାନରେ ପୁଟିନ ବିପୁଳ ମାତ୍ରାରେ ବିଜୟ ହାସଲ କରିଥିବା ଦାବି କରିଥିଲେ। ଏହା ପରେ ଏହି ପ୍ରସ୍ତାବ ଋଷ ସଂସଦ ଜରିଆରେ ପାରିତ୍ ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ – ୨୦୨୪ ପରେ ରୁଷ ରାଷ୍ଟ୍ରପତିଙ୍କ ପାଇଁ କାର୍ଯ୍ୟକାଳ ୬-୬ ବର୍ଷ ରହିବ। ଯଦି ପୁଟିନ ଦୁଇ ନିର୍ବାଚନରେ ଯଦି ବିଜୟୀ ହୁଅନ୍ତି ତେବେ ୨୦୩୬ ପର୍ଯ୍ୟନ୍ତ ଦେଶର ରାଷ୍ଟ୍ରପତି ରହି ପାରିବେ। ଏମିତି ହେଲେ ସେ ସର୍ବାଧିକ ସମୟ ଧରି ରୁଷକୁ ଶାସନ କରିଥିବା ଜୋସେଫ ଷ୍ଟାଲିନ ଓ ପିଟରଙ୍କ ରେକର୍ଡ ଭାଙ୍ଗିବେ। ସୋମବାର ଗୃହୀତ ହୋଇଥିବା ବିଲ୍‌ରେ ପୁଟିନ ଆଗାମୀ ୨୦ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢିବା ଏବଂ କ୍ଷମତାରେ ରହିବାର ଅଧିକାର ଦିଆଯାଇଛି।

Breaking News