ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ କରୋନାର ଦ୍ୱିତୀୟ ଲହର ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଦ୍ୱିତୀୟ ଲହରରେ ବର୍ତ୍ତମାନ ସୁଦ୍ଧା କରୋନା ୪୨୦ ଡାକ୍ତରଙ୍କ ଜୀବନ ନେଇଥିବା ଆଇଏମ୍ଏ ପକ୍ଷରୁ ମିଳିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ସେଥିମଧ୍ୟରେ ଦିଲ୍ଲୀରେ ୧୦୦ ଜଣ ଡାକ୍ତରଙ୍କ ମୃତ୍ୟୁ ଘଟିଛି । ସେହିପରି ବିହାରରେ ୯୬, ଉତ୍ତରପ୍ରଦେଶରେ ୪୧, ଗୁଜରାଟରେ ୩୨, ଆନ୍ଧ୍ରପ୍ରଦେଶରେ ୨୬, ମହାରାଷ୍ଟ୍ରରେ ୧୫, ମଧ୍ୟପ୍ରଦେଶରେ ୧୩, ଆସାମରେ ୩, ଗୋଆରେ ୨ ଏବଂ ହରିୟାଣାରେ ୨ ଜଣ ଡାକ୍ତରଙ୍କ ମୃତ୍ୟୁ ଘଟିଛି। ପଞ୍ଜାବ ଏବଂ ପୁଡୁଚେରୀରେ ଜଣେ ଲେଖାଏଁ ଡାକ୍ତରଙ୍କ ମୃତ୍ୟୁ କରୋନା ଯୋଗୁ ଘଟିଥିବା ରିପୋର୍ଟରେ ଦର୍ଶାଯାଇଛି।






More Stories
ଖାମେନେଇଙ୍କ ମୃତ୍ୟୁ:ଭାରତର ଶୋକ,ଅର୍ଦ୍ଧନମିତ ପତାକା…..
ପଶ୍ଚିମବଙ୍ଗ ରାଜ୍ୟପାଳ ଙ୍କ ଇସ୍ତଫା…..
ପଶ୍ଚାତାପ କରିବ ଆମେରିକା…..