ରିପୋର୍ଟ କାର୍ଡ / ଭୁବନେଶ୍ୱର
କରୋନା ମହାମାରୀ ଭିତରେ ବାତ୍ୟା ୟସ୍କୁ ନେଇ ରାଜ୍ୟବାସୀଙ୍କ ମନରେ ଭୟ ସୃଷ୍ଟି ହୋଇଛି । ରାଜ୍ୟ ସରକାର ବାତ୍ୟା ମୁକାବିଲା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି । ବାତ୍ୟା ମୁକାବିଲା ନେଇ ୫ଜଣ ବରିଷ୍ଠ ଆଇଏଏସ୍ଙ୍କୁ ୫ଜିଲ୍ଲାର ଦାୟିତ୍ୱ ଦିଆଯାଇଛି । ସମସ୍ତ ପ୍ରଶାସନିକ ଅଧିକାରୀ ପ୍ରସ୍ତୁତି ଓ ରିଲିଫ କାର୍ଯ୍ୟ ତଦାରଖ କରିବେ। ତେବେ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ହେମନ୍ତ ଶର୍ମା, ଜଗତସିଂହପୁର ଜିଲ୍ଲା ପାଇଁ ଶାଶ୍ୱତ ମିଶ୍ର, ଭଦ୍ରକ ଜିଲ୍ଲା ପାଇଁ ଭିଭି ଯାଦବ, ବାଲେଶ୍ୱର ଜିଲ୍ଲା ପାଇଁ ବିଶାଳ ଦେବ, ମୟୂରଭଞ୍ଜ ଜିଲ୍ଲା ପାଇଁ ସୁରେଶ ବଶିଷ୍ଟଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ସୋମବାର ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ବାତ୍ୟା ସଂପର୍କରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।






More Stories
୨୩ ରୁ ହାଇକୋର୍ଟ ବନ୍ଦ…..
ମୁଖ୍ୟମନ୍ତ୍ରୀ ଜାରି କଲେ ୮ସୂତ୍ରୀ ମାର୍ଗଦର୍ଶିକା…..
ବେଆଇନ ନିଯୁକ୍ତି ନେଇ ତାଗିଦ…..