ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କରୋନାର ଦ୍ଵିତୀୟ ଲହରର ପ୍ରକୋପ ଜାରିରହିଥିବା ବେଳେ ଏପଟେ ତୃତୀୟ ଲହରକୁ ନେଇ ଆତଙ୍କିତ । ତୃତୀୟ ଲହର ପିଲାମାନଙ୍କୁ ବେଶି ପ୍ରଭାବିତ କରିବ । ହେଲେ ପିଲାମାନଙ୍କ ପାଇଁ ଏ ପର୍ଯ୍ୟନ୍ତ ଭାକ୍ସିନ ଆସିନି । ପିଲାମାନଙ୍କୁ ଭାକ୍ସିନ ଦେବା ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି । ଭାରତ ବାୟୋଟେକ୍ ଜୁନରୁ ପିଲାମାନଙ୍କ ପାଖରେ କୋଭିଡ ଟିକା ପରୀକ୍ଷଣ ଆରମ୍ଭ କରିପାରେ । କରୋନା ରୋଗ ପ୍ରତିରୋଧକ ଟିକା କୋଭାକ୍ସିନ୍ ନିର୍ମାତା ଭାରତ ବାୟୋଟେକ୍ କହିଛି ଜୁନ୍ରୁ ଟିକା ପରୀକ୍ଷଣ ଆରମ୍ଭ କରିବ ବୋଲି ଆଶା କରାଯାଉଛି। “ଆମେ ଗତ ବର୍ଷ ଉତ୍ପାଦର ବିକାଶ ଉପରେ ଧ୍ୟାନ ଦେଇଥିଲୁ। ବର୍ତ୍ତମାନ ଆମର ଉତ୍ପାଦନ କ୍ଷମତାକୁ ବୃଦ୍ଧି କରିବା ଉପରେ ଧ୍ୟାନ ଦିଆଯାଇଛି ବୋଲି ଡ. ଇଲା ଏକ ଭର୍ଚୁଆଲ୍ ଆଲୋଚନା ସମୟରେ କହିଛନ୍ତି । ଏହାଛଡ଼ା ଡ. ଇଲା କହିଛନ୍ତି ଯେ ଭାରତ ବାୟୋଟେକ ଚଳିତ ବର୍ଷ ଶେଷ ସୁଦ୍ଧା କୋଭାକ୍ସିନ୍ର ଉତ୍ପାଦନ କ୍ଷମତାକୁ ୭୦୦ ନିୟୁତ ଡୋଜକୁ ବୃଦ୍ଧି କରିବାକୁ ଆମର ଆଶା |






More Stories
ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍…..
ନିଟ୍-ୟୁଜି ପରୀକ୍ଷା ସମୟ ଅବଧି ବୃଦ୍ଧି……
ଯଶପାଲ ରାଣାଙ୍କ ପରଲୋକ; ପ୍ରଧାନମନ୍ତ୍ରୀଙ୍କ ଶୋକ…..