Report Card Odisha

| Daily Odia News

ଫେବୃଆରୀ ୧୦ରୁ ମତଦାନ, ମାର୍ଚ୍ଚ ୧୦ରେ ଭୋଟ ଗଣତି …..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶର ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହୋଇଛି | ୭ଟି ପର୍ଯ୍ୟାୟରେ ହେବ ୫ ରାଜ୍ୟର ବିଧାନସଭା ନିର୍ବାଚନ। ଫେବୃଆରୀ ୧୦ରୁ ମତଦାନ ଆରମ୍ଭ ହେଉଥିବା ବେଳେ ମାର୍ଚ୍ଚ ୧୦ରେ ଫଳାଫଳ ପ୍ରକାଶ ପାଇବ। ଦେଶର ସବୁଠୁ ଗୁରୁତ୍ଵପୂର୍ଣ୍ଣ ଉତ୍ତର ପ୍ରଦେଶରେ ଫେବୃଆରୀ ୧୧ରେ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଫେବୃଆରୀ ୧୪ରେ ଦ୍ଵିତୀୟ ପର୍ଯ୍ୟାୟ, ଫେବୃଆରୀ ୨୦ରେ ତୃତୀୟ, ୨୩ରେ ଚତୁର୍ଥ, ୨୭ରେ ପଞ୍ଚମ, ମାର୍ଚ୍ଚ ୩ରେ ଷଷ୍ଠ ଏବଂ ମାର୍ଚ୍ଚ ୭ରେ ସପ୍ତମ ପର୍ଯ୍ୟାୟ ଭୋଟ୍ ଗଣତି ହେବ। ଯାହାକି ମାର୍ଚ୍ଚ ୧୦ରେ ଭୋଟ୍ ଗଣତି। ପଞ୍ଜାବ, ଗୋଆ, ମଣିପୁର, ଉତ୍ତର ପ୍ରଦେଶ ଏବଂ ଗୋଆରେ ନିର୍ବାଚନ ଅନୁଷ୍ଠିତହେବାକୁ ଯାଉଛି । ସମୁଦାୟ ୬୯୦ଟି ଆସନରେ ନିର୍ବାଚନ ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା । ଉତ୍ତର ପ୍ରଦେଶରେ ସର୍ବାଧିକ ୪୦୩ ଆସନରେ ନିର୍ବାଚନ ଅନୁଷ୍ଠିତ ହେବ । ସମୁଦାୟ ୧୮.୨ କୋଟି ଭୋଟର ଭୋଟଦାନ କରିବା ସହିତ ୬୯୦ ଆସନରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ପୂର୍ବରୁ ଗୋଟିଏ ବୁଥରେ ସର୍ବାଧିକ ୧୫୦୦ ଭୋଟର ଭୋଟ ଦେଇ ପାରୁଥିବା ବେଳେ ବର୍ତ୍ତମାନ ତାକୁ ୧୨୦୦କୁ ହ୍ରାସ କରାଯାଇଛି । ୫ଟି ଯାକ ରାଜ୍ୟରେ ମହିଳା ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇଛି । ୮୦ ବର୍ଷରୁ ଅଧିକ ବୟସର ଭୋଟରଙ୍କ ପାଇଁ ପୋଷ୍ଟାଲ ବାଲାଟର ବ୍ୟବସ୍ଥା କରାଯାଇଛି । ପୂର୍ବରୁ କେବଳ ସରକାରୀ କର୍ମଚାରୀ ଏବଂ ଭୋଟିଂ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଏହି ସୁବିଧା ପ୍ରଦାନ କରାଯାଉଥିଲା । କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଏହି ବ୍ୟବସ୍ଥା ପାଳନ କରାଯାଇଛି । ଭୋଟ ଦାନ କେନ୍ଦ୍ରରେ ମାସ୍କ, ସାନିଟାଇଜର ଏବଂ ଥର୍ମାଲ ସ୍କାନିଂ ବାଧ୍ୟତା ମୂଳକ କରାଯାଇଛି । ରାଲି, ରୋଡ ଶୋ ଉପରେ ରୋକ୍ ଲଗାଇଛନ୍ତି ମୁଖ୍ୟ ନିର୍ବାଚନ ଆୟୋଗ | ୟୁପି ସମେତ ସମସ୍ତ ୫ ରାଜ୍ୟରେ ଭୋଟିଂ ସମୟ ୧ ଘଣ୍ଟା ବଢାଇ ଦିଆଯାଇଛି। ଏହା ବ୍ୟତୀତ ସମସ୍ତ ରାଜ୍ୟରେ ଜାନୁଆରୀ ୧୫ ପର୍ଯ୍ୟନ୍ତ ରାଲି, ରୋଡ୍ ଶୋ, ବାଇକ୍ ରାଲି, ଜନସଭା ଉପରେ ରୋକ୍ ଲଗାଯାଇଛି। କେବଳ ଭର୍ଚୁଆଲ ରାଲିକୁ ନିର୍ବାଚନ ଆୟୋଗ ଅନୁମତି ଦେଇଛନ୍ତି। ଜାନୁଆରୀ ୧୫ରେ ପରିସ୍ଥିତି ସମୀକ୍ଷା କରାଯିବ। ଯଦି ସ୍ଥିତି ନିୟନ୍ତ୍ରଣରେ ଥିବ ତେବେ କଟକଣାରେ କିଛି କୋହଳ କରାଯିବ। ଏହା ବାଦ୍ ନିର୍ବାଚନ ସମାପ୍ତି ପରେ କୌଣସି ପ୍ରକାରର ବିଜୟ ଶୋଭା ଯାତ୍ରା ବାହାର କରାଯାଇ ପାରିବ ନାହିଁ।

Breaking News