Report Card Odisha

| Daily Odia News

ଝରାଫୁଲ ମୃତ୍ୟୁ ଘଟଣା: ଆଉ ଜଣେ ଅଭିଯୁକ୍ତକୁ ଗିରଫ କଲା ପୋଲିସ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଚର୍ଚ୍ଚିତ ରମାଦେବୀ କଲେଜର ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାର ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଝରାଫୁଲ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ରାକେଶର ସହଯୋଗୀ ଶକ୍ତି ଶେଖର ସ୍ବାଇଁ ଯାଜପୁର ପୋଲିସ ଗିରଫ କରିଛି। ଶକ୍ତିଶେଖରକୁ ଭୁବନେଶ୍ୱରରୁ ଗିରଫ କରାଯାଇଛି । ଏନେଇ ଯାଜପୁର ଏସପି ସୂଚନା ଦେଇଛନ୍ତି । ପ୍ରଥମେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁଙ୍କୁ ଗିରଫ କରାଯାଇଥିଲା ବେଳେ କିଛି ଦିନ ପୂର୍ବେ ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ଅମରେଶ ରାଉତଙ୍କୁ ଗିରଫ କରାଯାଇଥିଲା । ତେବେ ମୋଟ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଝରାଫୁଲଙ୍କ ମୃତଦେହକୁ ସ୍କୁଟିରେ ନେଇ ଫିଙ୍ଗିବାରେ ସହଯୋଗ କରିଥିଲା ଶେଖର। ସେହିପରି ରାକେଶ ଏବଂ ଝରାଫୁଲଙ୍କ ପାଇଁ ହୋଟେଲ୍‌ ରୁମ୍‌ ବୁକ୍‌ କରିଥିଲା ଅମରେଶ । ସେ ଝରାଫୁଲ ଓ ରାକେଶକୁ ଜାନୁୟାରୀ ୨୬ତାରିଖରେ ଖଣ୍ଡଗିରି ଥାନା ଅନ୍ତର୍ଗତ ଧର୍ମବିହାରର ଶିବସାଇ ଗେଷ୍ଟହାଉସରେ ୨୦୧ ନମ୍ବର ରୁମ୍‍ରେ ରଖାଇବାର ବ୍ୟବସ୍ଥା କରିଥିଲା । ସେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁର ସାଙ୍ଗ ଓ ଉଭୟ ଗୋଟିଏ ଗାଁର। ଏବେ ତୃତୀୟ ଅଭିଯୁକ୍ତ ଧରାପଡ଼ିଥିବାରୁ ଝରାଫୁଲର ମୃତ୍ୟୁର ପ୍ରକୃତ ଗୁମର ଖୋଲିବ ବୋଲି କୁହାଯାଉଛି।

Breaking News