ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳରୁ ବିକ୍ରି ହୋଇଥିବା ୬ ଦିନର ଶିଶୁପୁତ୍ରକୁ ଉଦ୍ଧାର | ଶନିବାର ଚାଇଲ୍ଡ ଲାଇନ ଓ ଖାରବେଳ ନଗର ପୋଲିସ ଉଦ୍ଧାର କରିଛି। ୟୁନିଟ୍–୩ ମାଳିସାହି ଅଞ୍ଚଳରୁ ଶିଶୁପୁତ୍ର ଉଦ୍ଧାର ହୋଇଛି । ଏନେଇ ଚାଇଲ୍ଡ ଲାଇନ ନିର୍ଦ୍ଦେଶକ ବେଣୁଧର ସେନାପତି ଏହି ସୂଚନା ଦେଇଛନ୍ତି। ଶିଶୁପୁତ୍ରକୁ ୧୦ ହଜାର ଟଙ୍କାରେ କିଣିଥଥିବା କରିଛନ୍ତି ନେଇଥିବା ବ୍ୟକ୍ତି । ଶିଶୁଟିକୁ CWC ରେ ହାଜର ପରେ ସ୍ପେଶାଲ ଆଡପ୍ସନ୍ ସେଣ୍ଟର ପଠାଯିବ । ଗତକାଲି ୬ ଦିନର ଶିଶୁପୁତ୍ରକୁ ବାପା ନିଶା ଖାଇବା ଲାଗି ବିକ୍ରି କରିଦେଇଥିବା ଅଭିଯୋଗ ହୋଇଥିଲା । ଏନେଇ ଚାଲିଲଡ୍ଲାଇ ନିର୍ଦ୍ଦେଶକ ବେଣୁଧର ସେନାପତି କହିଛନ୍ତି ଯେ, ଗତକାଲି ରାତିରେ ଏହି କେସର ତଦନ୍ତ ପାଇଁ ଏକ ଟିମ୍ ଗଠନ କରାଯାଇଥିଲା। ବର୍ତ୍ତମାନ ଘଟଣାର ତଦନ୍ତ ବି ଚାଲିଛି। ଆମେ କମିଶନେରେଟ ପୋଲିସ ସହାୟତାରେ ମାଳିସାହିରୁ ପିଲାଟିକୁ ଉଦ୍ଧାର କରିଛୁ। ଯିଏ ପିଲା ନେଇଥିଲେ ସେ ବି ୧୦,୦୦୦ ଟଙ୍କାରେ ଶିଶୁଟିକୁ କିଣିଥିବା ନେଇ କହିଛନ୍ତି । ଯେହେତୁ ପିଲାଟିର ବାପା-ମା ଗରିବ ତେଣୁ ଶିଶୁଟିକୁ ବିକ୍ରି କରିଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ଯେଉଁ ବ୍ୟକ୍ତିଟି ଶିଶୁପୁତ୍ରକୁ ବିକ୍ରି କରିଛନ୍ତି ସେ ଡ୍ରଗ୍ ଆଡିକ୍ଟି ଭଳି ମନେ ହେଉଛନ୍ତି। ତେଣୁ ନିଶା ପାଇଁ ସେ ପିଲାଟିକୁ ବିକ୍ରି କରିଥାଇପାରନ୍ତି ବୋଲି ଚାଲିଲଡ୍ଲାଇ ନିର୍ଦ୍ଦେଶକ କହିଛନ୍ତି।
More Stories
ଆଜି ହେରାପଞ୍ଚମୀ ନୀତି,ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ…..
ଓଡ଼ିଶା ଆସିବେ ରାଷ୍ଟ୍ରପତି….
ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ପରେ ନିଷ୍ପତ୍ତିକୁ ସ୍ଥଗିତ କଲା ଓଏସ ସଂଘ ….