ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଆଜି ୧୦୯୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍ରୁ ୬୩୭ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୪୫୯ ରହିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯,୮୫,୮୨୭ରେ ପହଞ୍ଚିଛି। ତେବେ ଆକ୍ଟିଭ୍ କେସ୍ ୧୨,୪୮୦ ଥିବାବେଳେ ୯,୬୬,୯୨୮ ଜଣ ସୁସ୍ଥ ହୋଇଛନ୍ତି। ୨୪ ଘଣ୍ଟାରେ କଟକରେ ୧୦୦ ତଳକୁ ଅର୍ଥାତ୍ ୯୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କିନ୍ତୁ ଖୋର୍ଦ୍ଧାରୁ ସର୍ବାଧିକ ୩୮୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୪୦, ବାଲେଶ୍ୱରରୁ ୭୭, ବରଗଡ଼ରୁ ୧୧, ଭଦ୍ରକରୁ ୨୧, ବଲାଙ୍ଗିରରୁ ୭, କଟକରୁ ୯୨, ଦେବଗଡ଼ରୁ ୧, ଢେଙ୍କାନାଳରୁ ୯, ଗଜପତିରୁ ୪, ଗଂଜାମରୁ ୫, ଜଗତସିଂହପୁରରୁ ୫୮, ଯାଜପୁରରୁ ୬୮, ଝାରସୁଗୁଡ଼ାରୁ ୫, କଳାହାଣ୍ଡିରୁ ୩, କନ୍ଧମାଳରୁ ୧୭, କେନ୍ଦ୍ରାପଡ଼ାରୁ ୩୬, କେନ୍ଦୁଝରରୁ ୧୩, ଖୋର୍ଦ୍ଧାରୁ ୩୮୯, କୋରାପୁଟରୁ ୭, ମାଲକାନଗିରିିରୁ ୪, ମୟୂରଭଞ୍ଜରୁ ୩୨, ନୟାଗଡ଼ରୁ ୨୯, ନୂଆପଡ଼ାରୁ ୨, ପୁରୀରୁ ୪୮, ରାୟଗଡ଼ାରୁ ୬, ସମ୍ବଲପୁରରୁ ୮, ସୁବର୍ଣ୍ଣପୁରରୁ ୨, ସୁନ୍ଦରଗଡ଼ରୁ ୨୦ ଓ ଷ୍ଟେଟପୁଲ୍ରୁ ୮୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।






More Stories
୧ରୁ ଭିତରକନିକା ବନ୍ଦ…..
ବାରବାରୀ ଷ୍ଟାଡିୟମକୁ ଏନଜିଟିର ନୋଟିସ…..
ଆଇଏଫଏସ ଅଧିକାରୀସ୍ତରରେ ଅଦଳବଦଳ……