ରିପୋର୍ଟ କାର୍ଡ / କୋଲକାତା
ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ଳୋକପୁର ଥାନା ଅଞ୍ଚଳରେ ଥିବା ଏକ କୋଇଲା ଖଣିରେ ବିସ୍ଫୋରଣ ଘଟି ୭ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୧୦ରୁ ଅଧିକ ଶ୍ରମିକ ଆହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କୁ ଉଦ୍ଧାର କରି ନିକଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଗଙ୍ଗାରାମଚକ ମାଇନିଂ ପ୍ରାଇଭେଟ ଲିମିଟେହ କୋଲିୟରି(ଜିଏମପିଏଲ) ଖଣିରେ ସୋମବାର ଖନନ ଚାଲିଥିଲା। ଏହି ସମୟରେ ହଠାତ ବିସ୍ଫୋରଣ ଘଟିଥିଲା। କୋଇଲା ଖନନ ପାଇଁ ବ୍ୟବହୃତ ବିସ୍ଫୋରକରେ ଅଚାନକ ବିସ୍ଫୋରଣ ଘଟିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଖବରପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଶ୍ରମିକଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇବା ସହିତ ଉଦ୍ଧାରକାର୍ଯ୍ୟ ଜାରି ରଖିଛି। ଏହା ସହିତ ପ୍ରାଣ ହରାଇଥିବା କର୍ମଚାରୀମାନଙ୍କ ପରିଚୟ ଖୋଜିବାକୁ ପୋଲିସ ଉଦ୍ୟମ ଚଳାଇଛି।






More Stories
ଆଜି ସାରା ଦେଶରେ ଔଷଧ ଦୋକାନ ବନ୍ଦ…..
ଦେଶ ଏକ ବଡ଼ ‘ଆର୍ଥିକ ଝଡ଼’ର ସମ୍ମୁଖୀନ ହେବାକୁ ଯାଉଛି…..
୨୦ରେ ମିଳିବନି ଔଷଧ…..