ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଗୋଟିଏ ଦିନ ପରେ ବଢ଼ିଲା ପୁଣି କରୋନା ସଂକ୍ରମଣ | ଗତ ୨୪ ଘଣ୍ଟା ମଧ୍ୟରେ ୭୨୧୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୩୯୯୫୫ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୦୪୧ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୩୧୭୫ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ୪୦୯ ବାଲେଶ୍ୱର ୨୧୫, ବରଗଡ଼ ୩୩୧, ଭଦ୍ରକ ୨୪୬, ବଲାଙ୍ଗୀର୧୩୦ଜଣ, ବୌଦ୍ଧ ୧୪୮, କଟକ ୧୦୯୧, ଦେଓଗଡ଼ ୬୮, ଢେଙ୍କାନାଳ ୪୨୮, ଗଜପତି ୩୮, ଗଞ୍ଜାମ ୫୦, ଜଗତସିଂହପୁର୧୮୩, ଯାଜପୁର ୨୪୧, ଝାରସୁଗୁଡ଼ା ୬୪, କଳାହାଣ୍ଡି ୧୫୦, କେନ୍ଦ୍ରାପଡ଼ା ୪୮୭, କେନ୍ଦୁଝର ୭୨, ଖୋର୍ଦ୍ଧା ୮୦୯, କୋରାପୁଟ ୨୨୦, ମାଲକାନଗିରି ୧୩୫, ମୟୁରଭଞ୍ଜ ୨୭, ନବରଙ୍ଗପୁର ୨୪୨ଜଣ, ନୟାଗଡ଼ ୧୬୪, ନୂଆପଡ଼ା ୬୬, ପୁରୀ ୧୧୦ଜଣ, ରାୟଗଡ଼ା ୨୪୬, ସମ୍ବଲପୁର ୨୪୧, ସୋନପୁର ୭୪, ସୁନ୍ଦରଗଡ଼ ୧୮୪, ଷ୍ଟେଟ୍ ପୁଲ୍ରୁ ୧୪୬ଜଣ ରହିଛନ୍ତି । ଏଥି ମଧ୍ୟରୁ ୧୦୨୦୭୨ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୬୩୫୧୭୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୧୫୯୬୭୫୩ସାମ୍ପୁଲ ଟେଷ୍ଟ୍ ହୋଇଛି ।
More Stories
ଆମେରିକାରେ ମୋଦୀଙ୍କ ବୟାନକୁ ନେଇ ଟାର୍ଗେଟ କଲେ ରାହୁଲ……
ସରକାର ମା’ମାନଙ୍କର ସମସ୍ୟା ପ୍ରତି ସମ୍ବେଦନଶୀଳ…..
ଭିକାରିମୁକ୍ତ ହେବ ରାଜ୍ୟ,କଟକରେ ସର୍ବାଧିକ…..