Report Card Odisha

| Daily Odia News

ଆଜିର ରାଶିଫଳ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ: କାର୍ଯ୍ୟରେ ସଫଳତା ମିଳିବ। ଅଧିକ କ୍ଷମତା ହାସଲ କରି ତା’ର ସଦ୍‌ବ୍ୟବହାର କରି ପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ସୁସ୍ଥ ଓ ନିରାମୟ ରହିବେ। ଭାଗ୍ୟଶାଳୀ ହୋଇପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।
ବୃଷ: ଅନଟନର ସମ୍ମୁଖୀନ ହୋଇପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରି ପାରନ୍ତି। ଶୁଭକାର୍ଯ୍ୟରୁ ବିରତ ରହିବାକୁ ପଡ଼ିବ। ଧର୍ମକ୍ରିୟାରତ ହୋଇପାରନ୍ତି। ମନୋଜ୍ଞ ହେବେ। ଉତ୍ତମା ରମଣୀଯୁକ୍ତ ଓ ଯଶସ୍ବୀ ହୋଇପାରନ୍ତି।
ମିଥୁନ: ଉତ୍ତମ ମିତ୍ର ଲାଭର ସୂଚନା ମିଳୁଛି। ସୁଖକର ଘଟଣା ଘଟିବ। କର୍ମ କ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ସ୍ବଚ୍ଛ ଓ ନିର୍ମଳ ରହିବ। ଉତ୍ତମ ଭୋଜନ ମିଳିବ। ଆନନ୍ଦ ଉପଭୋଗ କରିବେ।
କର୍କଟ: ସହଯୋଗୀଙ୍କ ସହାୟତା ପାଇ ଶତ୍ରୁକୁ ପରାଜିତ କରିବେ। ମାନସିକ ସ୍ତରରେ ଆଶ୍ବସ୍ତି ହେବେ। ଶୁଭ ଖବର ପାଇ ଖୁସି ହୋଇ ପାରନ୍ତି। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ଋଣ ପରିଶୋଧ କରିବେ।
ସିଂହ: ପରାମର୍ଶ ଦେଇ କାର୍ଯ୍ୟ କଲେ ତାହା ସରଳ ଓ ସୁଗମ ହେବ। ସେବାପ୍ରିୟ ଓ ମାନସମ୍ମାନଯୁକ୍ତ ହେବେ। ଅଧ୍ୟାପନାର ପ୍ରସ୍ତୁତ ସ୍ବରୂପ ଅଧ୍ୟୟନରତ ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ
କନ୍ୟା: ସଂଗଠନ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ଅଧିକ ପରିଶ୍ରମର ସମ୍ମୁଖୀନ ହେଲେ ବି ତା’ର ମୂଲ୍ୟ ମିଳିବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। କୃଷିରୁ ଆୟ ଆସିବ। ଯାନବାହନ ସୁଖ ମିଳିପାରେ। ଗୃହ ପରିବେଶ ଉତ୍ତମ ହେବ।
ତୁଳା: ସମ୍ମିଳିତ ହେବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ଦେବଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିବେ। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭବାନ୍‌ ହୋଇପାରନ୍ତି।
ବିଛା: ଆଶାବାଦୀ ହୋଇ ପାରନ୍ତି। ବିବିଧ ବ୍ୟବସାୟ ଧନଲାଭର କାରଣ ହେବ। ନିଃସ୍ବାର୍ଥପର ହୋଇପାରନ୍ତି। ନୀତିରୁ ବିଚ୍ୟୁତ ହେବେ ନାହିଁ। ମନ ଚଞ୍ଚଳ ରହିବ। ସହିଷ୍ଣୁ ହେବେ। ମନ ପ୍ରଫୁଲ୍ଲ ରହିବ। କୀର୍ତ୍ତିଶାଳୀ ହେବେ।
ଧନୁ: ଶ୍ରୀଚନ୍ଦ୍ର ଭୋଗ ହେତୁ ଆୟ ଉତ୍ତମ ଧରଣର ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ।
ମକର: ଅଯଥା ବିତର୍କରେ ଭାଗ ନ ନେଇ ନିରବ ରହିପାରନ୍ତି। ଅଧିକ ବ୍ୟୟର ସମ୍ମୁଖୀନ ହେବେ। ବନ୍ଧୁ ବିରୋଧକୁ ଏଡ଼ାଇ କର୍ମ ପଥରେ ଅଗ୍ରସର ହୋଇପାରନ୍ତି। ମଧୁର ବଚନ କହି ପରକୁ ଆପଣାର କରିବେ। କର୍ମଚଞ୍ଚଳ ରହିବେ।
କୁମ୍ଭ: ସୁସମ୍ବାଦ ପାଇଁ ଖୁସି ହୋଇ ପାରନ୍ତି। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌ କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ।
ମୀନ: ସମ୍ମାନ ଲାଭର ସୂଚନା ମିଳୁଛି। ସୁସମ୍ବାଦ ମିଳିବ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ବିବାଦୀୟ ଘଟଣାରେ ବିଜୟୀ ହେବେ। ପରିଶ୍ରମର ମୂଲ୍ୟ ମିଳିବ।

 

Breaking News