ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ସୁଧାର ଥିବା ବେଳେ ପୁଣି ସଂକ୍ରମଣ ମୁଣ୍ଡ ଟେକିଛି | ଏବେ ପୁଣିଥରେ ସଂକ୍ରମଣକୁ ନେଇ ଚିନ୍ତା ବଢ଼ିଛି। ବୁର୍ଲା ଭୀମସାର୍ରେ ୨୨ ଜଣ ଡାକ୍ତରୀ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇ ଥିବା ବେଳେ ସୁନ୍ଦରଗଡ଼ ସହରର ଏକ ବାଳିକା ବିଦ୍ୟାଳୟରେ ୫୩ ଛାତ୍ରୀ କରୋନା ସଂକ୍ରମିତ ହୋଇଥିବା ନେଇ ସୂଚନା ମିଳିଛି | ସ୍କୁଲର ଅଷ୍ଟମ, ନବମ ଓ ଦଶମ ଶ୍ରେଣୀର ୫୩ ଛାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି। ଏନେଇ ସ୍କୁଲ୍ର ପ୍ରଧାନ ଶିକ୍ଷୟିତ୍ରୀ ସୂଚନା ଦେଇଛନ୍ତି କି ଛାତ୍ରୀମାନେ ପଜିଟିଭ୍ ଚିହ୍ନଟ ହେବା ପରେ ସପ୍ତାହେ ସ୍କୁଲ ବନ୍ଦ ପାଇଁ ନିଷ୍ପତ୍ତି ନିଆଯିବ । ସେପଟେ ବୁର୍ଲା ଭୀମସାର୍ର ଡାକ୍ତରୀ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ହେବା ପରେ କର୍ତ୍ତୃପକ୍ଷ ବୈଠକ ଡକାଇଛନ୍ତି। ବୈଠକରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ନିଷ୍ପତ୍ତି ନିଆଯିବ ବୋଲି ଭୀମସାର୍ ଅଧିକ୍ଷକ ସୂଚନା ଦେଇଛନ୍ତି।






More Stories
ପୁଣି ଜୀବନ ନେଲା ସ୍କ୍ରବ୍ ଟାଇଫସ୍…..
୧୪ ନୂଆ ପ୍ରକଳ୍ପ ପାଇଁ ଏମ୍ଓୟୁ…..
ପାକିସ୍ତାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି…..