Report Card Odisha

| Daily Odia News

ରାଜ୍ୟରେ ଚିନ୍ତା ବଢ଼ାଇଲା କରୋନା, ଦିନକର ୮୩୮୬ କରୋନା ସଂକ୍ରମିତ ଚିହ୍ନଟ…..

ରିପୋର୍ଟ କାର୍ଡ / ଭୁବନେଶ୍ଵର

ରାଜ୍ୟରେ ଚିନ୍ତା ବଢ଼ାଇଲା କରୋନା ସଂକ୍ରମଣ | ଗତକାଲି ୬୦୭୩ ଚିହ୍ନଟ ହୋଇଥିବା ବେଳେ ଆଜି ଲମ୍ବଡିଆଁ ମାରିଛି କରୋନା | ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୮୩୮୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୭୮୧ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୩୬୦୫ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୨୮୫୧୫ରେ ପହଞ୍ଚିଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି | ଆଜି ବି ଖୋର୍ଦ୍ଧା ଜିଲ୍ଲା ଆଗରେ ରହିଛି। ଆଜି ଜିଲ୍ଲାରୁ ସର୍ବାଧିକ ୧୮୪୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ନବରଙ୍ଗପୁରରୁ ୩୮୮, ବଲାଙ୍ଗିରରୁ ୩୫୮ ରୋଗୀ ଚିହ୍ନଟ ହୋଇଛନ୍ତି।ସେହିପରି ସୁନ୍ଦରଗଡ଼ରୁ ୯୩୩, କଟକରୁ ୪୯୬, ଝାରସୁଗୁଡ଼ାରୁ ୪୩୩, , ଅନୁଗୁଳରୁ ୩୪୭, ଷ୍ଟେଟ୍ ପୁଲ୍‌ରୁରୁ ୩୪୮, ସମ୍ବଲପୁରରୁ ୩୦୭, ମୟୂରଭଞ୍ଜରୁ ୨୮୯, ଯାଜପୁରରୁ ୨୭୦, ପୁରୀରୁ ୨୫୯, ବରଗଡ଼ରୁ ୨୫୭, ନୂଆପଡ଼ାରୁ ୨୩୩, ଗଞ୍ଜାମରୁ ୨୦୯, ବାଲେଶ୍ୱରରୁ ୨୦୨, କେନ୍ଦୁଝରରୁ ୧୭୫, ଜଗତସିଂହପୁରରୁ ୧୨୯, କଳାହାଣ୍ଡିରୁ ୧୨୬ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷେ, ନୟାଗଡ଼ରୁ ୧୨୨, ଗଜପତିରୁ ୯୬, ବୌଦ୍ଧରୁ ୮୩, ରାୟଗଡ଼ାରୁ ୭୫, କୋରାପୁଟରୁ ୬୯, ଭଦ୍ରକ ଓ ସୁବର୍ଣ୍ଣପୁରରୁ ୬୭ ଲେଖାଏଁ, ଦେବଗଡ଼ରୁ ୬୧, କନ୍ଧମାଳରୁ ୫୩, କେନ୍ଦ୍ରାପଡ଼ାରୁ ୪୯, ମାଲକାନଗିରିରୁ ୨୪ ଓ ଢେଙ୍କାନାଳ ଜିଲ୍ଲାରୁ ୨୧ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍ ପୁଲ୍‌ରୁ ବାହାରିଛନ୍ତି ୩୪୮ ଜଣ।

Breaking News