Report Card Odisha

| Daily Odia News

୧୮ରୁ ୪୪ ବର୍ଷ ବୟସ୍କ ବ୍ୟକ୍ତିଙ୍କ ପାଇଁ ଆଜିଠାରୁ ପଞ୍ଜୀକରଣ ଆରମ୍ଭ….

ରିପୋର୍ଟ କାର୍ଡ / ଭୁବନେଶ୍ଵର

ଆଜିଠାରୁ ୧୮ରୁ ୪୪ ବର୍ଷ ବୟସ୍କ ବ୍ୟକ୍ତି ଟୀକା ନେବାପାଇଁ ଅନଲାଇନରେ ପଞ୍ଜୀକରଣ କରିପାରିବେ । ମେ ୧ ରୁ ଆରମ୍ଭ ହେବାକୁ ଯାଉଛି ତୃତୀୟ ପର୍ଯ୍ୟାୟ ଟିକାକରଣ । ଏଥିପାଇଁ କୋଓ୍ୱିନ୍ ପୋର୍ଟାଲ୍ କିମ୍ବା ଆରୋଗ୍ୟ ସେତୁ ଆପ୍ ମାଧ୍ୟମରେ ପଞ୍ଜୀକରଣ ହେଉଛି । ତେବେ ଟିକା ନେବା ପାଇଁ ଏବେ ସ୍ଲଟ୍ ମିଳିବ ନାହିଁ । ଟିକା ଆସିବା ପରେ ପଞ୍ଜୀକୃତ ବ୍ୟକ୍ତିଙ୍କୁ ସ୍ଳଟ୍ ଆବଣ୍ଟନ କରାଯିବ । ଦୁଇ ଟିକା ଉତ୍ପାଦନ କଂପାନୀଠାରୁ ଟିକା ପହଞ୍ଚିବାରେ ବିଳମ୍ବ ହେବାର ଆଶଙ୍କା ଥିବାରୁ ଟିକାକରଣ ଡେରି ହୋଇପାରେ ବୋଲି କହିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ୩ କୋଟି ୭୭ ଡୋଜ୍ କୋଭିସିଲ୍ଡ ଓ ୧୦ ଲକ୍ଷ ୩୪ ହଜାର ଡୋଜ୍ କୋଭାକ୍ସିନ ଟିକା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅର୍ଡର ଦେଇସାରିଛି । କିନ୍ତୁ ଟିକା କେବେ ମିଳିବ ତାହା ସ୍ପଷ୍ଟ ହୋଇନି । ଏଥିପାଇଁ ପ୍ରଥମେ cowin.gov.inକୁ ଯାଇ, ସେଠାରେ ରେଜିଷ୍ଟର୍ ବଟନରେ କ୍ଲିକ୍ କରନ୍ତୁ । ଆଉ ଏଥିରେ ନିଜର ମୋବାଇଲ୍ ନମ୍ବର ଦିଅନ୍ତୁ । ଏହାପରେ ଆପଣଙ୍କ ମୋବାଇଲକୁ ଏକ OTP ଯିବ ଏବଂ ସେହି OTPକୁ ପୋର୍ଟାଲରେ ଦେଇ ଭେରିଫାୟ ବଟନରେ କ୍ଲିକ୍ କରନ୍ତୁ । ଏହାପରେ ଟିକା ପଞ୍ଜୀକରଣ ପାଇଁ ଫର୍ମ ଆସିବ । ସେଠାରେ ମଗାଯାଇଥିବା ନାମ ଓ ବୟସ ଆଦି ନିଜ ସଂପର୍କିତ ସମସ୍ତ ବିବରଣୀ ଲେଖନ୍ତୁ ଏବଂ ଫଟୋ ପରିଚୟ ପତ୍ର ଦିଅନ୍ତୁ । ଯଦି ଆପଣ ଅନ୍ୟ କୌଣସି ରୋଗରେ ଆକ୍ରାନ୍ତ ଅଛନ୍ତି, ସେ ସଂପର୍କରେ ମଧ୍ୟ ସୂଚନା ଦିଅନ୍ତୁ । ଏହାପରେ ତଳେ ଡାହାଣ ପଟେ ଥିବା ରେଜିଷ୍ଟର୍ ବଟନରେ କ୍ଲିକ୍ କରନ୍ତୁ । ଏଭଳି ଭାବେ ଆପଣ ଟିକା ନେବାକୁ ପଞ୍ଜିକୃତ ହୋଇସାରିବା ପରେ, ଟିକା ନେବା ପାଇଁ ଇଚ୍ଛା ଅନୁସାରେ ତାରିଖ ଓ ସ୍ଥାନକୁ ବାଛନ୍ତୁ । ଯଦି ଆପଣ ପରିବାରର ଅନ୍ୟ ସଦସ୍ୟଙ୍କ ନାଁ ପଞ୍ଜୀକରଣକରିବା ପାଇଁ ଚାହୁଁଛନ୍ତି, ତେବେ ଆଡ୍ ମୋର୍ ବଟନରେ କ୍ଲିକ୍ କରନ୍ତୁ ।

Breaking News