Report Card Odisha

| Daily Odia News

୯ ତାରିଖ ସୁଦ୍ଧା ରଥ ନିର୍ମାଣ କାର୍ଯ୍ୟ ଶେଷ: ଡ. କ୍ରିଷନ କୁମାର….

ରିପୋର୍ଟ କାର୍ଡ / ପୁରୀ

ଆଜିଠାରୁ ରଥଯାତ୍ରା ୧୨ ଦିନ ରହିଲା | ରଥ ନିର୍ମାଣ କାର୍ଯ୍ୟ ୮୫ରୁ ୯୦ ପ୍ରତିଶତ ଶେଷ ହୋଇଛି। ତିନି ରଥର ପ୍ରଭା ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରଭା ଫ୍ରେମରେ ପଡ଼ା ବାଡ଼ିଆ ପରେ ରୂପ ଖୋଦେଇ ପଟା ସଂଯୋଗ ଚାଲିଛି। ଚାରପରିଛାକୁ ମୁଣ୍ଡାଇ ରଖିବା ପାଇଁ ୫ଟି ଲେଖାଏଁ ଗୁଣ୍ଡି ନିର୍ମାଣ ହୋଇ ରଥ ସମ୍ମୁଖ ସାଲଗୁଜଗୁଡ଼ିକରେ ସଂଯୋଗ କରାଯାଇଛି। ଘୋଡ଼ା ଖଞ୍ଜିବା ପାଇଁ ଇଶ ନିର୍ମାଣ ଶେଷ ହୋଇ ବିନ୍ଧ କାର୍ଯ୍ୟ କରାଯାଉଛି। ୩ ରଥର ୪ଟି ଲେଖାଏଁ ପାଦି ନିର୍ମାଣ ଶେଷ ହୋଇଛି। ଜଗତପୃଷ୍ଠ ଶେଣିର ଉଭୟ ପାର୍ଶ୍ବରେ ୩ଟି ଲେଖାଏଁ ବାହୁଟ ଫାଳିଆ ସଂଯୋଗ ହୋଇ ବେଦୀ ପଟା ପଡ଼ିଛି। ଚିତ୍ରକର ସେବକମାନେ ଦୁଆର ବେଢ଼ାରେ ଚିତ୍ର କରିବା ସହ ରଥ ପାର୍ଶ୍ବ ଦେବାଦେବୀ, ନାଟଗୋଡ଼, ଓଲଟ ଶୁଆରେ ରଙ୍ଗ ଦେଉଛନ୍ତି। ଦରଜୀ ସେବକମାନେ ରଥ କପଡ଼ା ସହ ଜରି ଲେସ୍‌ ସଂଯୋଗ କାର୍ଯ୍ୟ କରୁଛନ୍ତି। ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର କହିଛନ୍ତି, ରଥ ସେବକମାନଙ୍କ ସେବା ଭାବ, କର୍ତ୍ତବ୍ୟନିଷ୍ଠା ଓ ମହାପ୍ରଭୁଙ୍କ ଆଶୀର୍ବାଦ ପାଇଁ ଏହା ସମ୍ଭବ ହୋଇଛି। ଆଉ ଅଳ୍ପ କିଛି କାମ ବାକି ଥିବାରୁ ୯ ତାରିଖ ସୁଦ୍ଧା ରଥ ନିର୍ମାଣ କାର୍ଯ୍ୟ ଶେଷ ହୋଇଯିବ ବୋଲି ସେ କହିଛନ୍ତି। ରଥଯାତ୍ରାକୁ ଯେପରି ସୁରୁଖୁରୁରେ ସମ୍ପାଦନ କରାଯିବ ସେନେଇ ସେ ସମସ୍ତଙ୍କ ସହଯୋଗ ଲୋଡ଼ିବା ସହ କହିଛନ୍ତି, ଗୁଣ୍ଡିଚା ଯାତ୍ରା ଓ ବାହୁଡ଼ା ଯାତ୍ରା ପୂର୍ବରୁ ସେବକମାନଙ୍କର କରୋନା ପରୀକ୍ଷା କରାଯିବ।

Breaking News