ରିପୋର୍ଟ କାର୍ଡ / ନୀଳଗିର
ଆଜିକାଲି ପରକୀୟା ପ୍ରୀତି ସାଧାରଣ କଥା ହୋଇଗଲାଣି । ବିବାହିତା ମହିଳା ଅନ୍ୟ ପୁରୁଷଙ୍କ ସହିତ ସମ୍ପର୍କ ସ୍ଥାପନ କରୁଛନ୍ତି ତ ଆଉ କେଉଁଠି ବିବାହିତ ପୁରୁଷ ଅନ୍ୟ ମହିଳାଙ୍କ ସହିତ ସମ୍ପର୍କରେ । ଏଭଳି ଏକ ଘଟଣା ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଘଟିଛି । ନୀଳଗିଳି ଥାନା ଅଧିନ କେପିଲାଖରାଜ ପଞ୍ଚାୟତର ମର୍ଦ୍ଦରାଜପୁର ଗ୍ରାମର ଜଣେ ବିବାହିତ ଯୁବକ ସେହି ଗ୍ରାମର ଜଣେ ବିବାହିତା ମହିଳାଙ୍କ ସହ ସମ୍ପର୍କରେ ଥିଲେ । ମାତ୍ର ଦୁଃଖର କଥା ଉଭଙ୍କର ଗୁପ୍ତ ପ୍ରେମ ସମ୍ପର୍କ ଧରାପଡ଼ିଯାଇଥିଲା | ଗ୍ରାମବାସୀମାନେ ଦୁହିଁଙ୍କୁ ଗଛରେ ବାନ୍ଧି ନିର୍ଧୂମ୍ ପିଟିଛନ୍ତି । ପରେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଆହତ ପ୍ରେମୀ ଯୁଗଳଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା ।






More Stories
୨୪ ରୁ ବରଗଡ଼ ଧନୁଯାତ୍ରା…..
ବିଜେଡି ନେତାଙ୍କ ଘରେ IT ରେଡ…..
ଚାକିରି ଦେବାକୁ ଡାକି ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ…..