ରିପୋର୍ଟ କାର୍ଡ / ଭବାନୀପାଟଣା
ଭବାନୀପାଟଣା ସହିଦ ରେଣ୍ଡୋ ମାଝୀ ସରକାରୀ ମେଡିକାଲ କଲେଜରେ ଆନିକଣ୍ଡ ଘଟିଛି। ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗରେ ନିଆଁ ଲାଗିଥିବା ସୂଚନା ମିଳିଛି। ନିଆଁରେ ଡାକ୍ତରଖାନାର ଆସବାବପତ୍ର ସବୁ ପୋଡ଼ି ନଷ୍ଟ ହୋଇ ଯାଇଛି। ଏଥିରେ କେହି ମୃତାହତ ହୋଇନାହାନ୍ତି। ଗତକାଲି ବିଳମ୍ବିତ ରାତିରେ MCH କୋଠାର ଚତୁର୍ଥ ମହଲାରେ ହଠାତ୍ ନିଆଁ ଲାଗିଯାଇଥିଲା ଧୁଆଁ ଦେଖି ରୋଗୀ ଚିତ୍କାର କରିଥିଲେ। ତୁରନ୍ତ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା। ଖବର ପାଇ ଭବାନୀପାଟଣା ଟାଉନ ଥାନା ପୋଲିସ ଓ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସର୍ଟସର୍କିଟ ଯୋଗୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..