ଭାରତୀୟ ଯବାନଙ୍କୁ ବଡ ସଫଳତା । ଜାମ୍ମୁ କାଶ୍ମୀରର ଶୋପିଆଁରେ ଗୁଳିମାଡରେ ୩ଜଣ ଆତଙ୍କବାଦୀ ଟଳିଛନ୍ତି । ନିରାପତ୍ତା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ନିହତ ଆତଙ୍କବାଦୀଙ୍କଠାରୁ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ ହୋଇଛି । ଶୋପିଆଁର ବଡିଗାମରେ ଆତହ୍କବାଦୀ ଥିବା ପୋଲିସ ସୂଚନା ପାଇବା ପରେ ଅଚାନକ ଚଢାଉ କରିଥିଲା । ତଲାସକାରୀ ଦଳ ସନ୍ଧିଗ୍ଧ ସ୍ଥାନକୁ ଘେରାଉ କରିବାରୁ ଆତ୍ମଗୋପନ କରିଥିବା ଆତଙ୍କବାଦୀ ଗୁଳିମାଡ କରିଥିଲେ । ପରେ ତଲାସକାରୀ ଦଳ ପାଲଟା ଗୁଳିମାଡ କରିବାରୁ ୩ଜଣ ଆତଙ୍କବାଦୀ ଟଳିପଡିଥିଲେ । ଆତଙ୍କବାଦୀ ମୃତ୍ୟୁ ହୋଇଥିବା ଖବର କାଶ୍ମୀର ପୋଲିସ ଟୁଇଟ କରି ଜଣାଇଛି । ବ୍ୟୁରୋ ରିପୋର୍ଟ ବିବିଏମ ଟିଭି





More Stories
ଧକ୍କା ହେଲା ଦୁଇ ବିମାନ…..
୨୫-୩୦ ବର୍ଷ ପୂର୍ବରୁ ମହିଳାଙ୍କୁ ସଂରକ୍ଷଣ ମିଳିଯିବାର ଥିଲା…..
ସବୁ ସାଂସଦଙ୍କୁ ଚିଠିଲେଖିଲେ ନବୀନ…..