ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅମୀଷା ପଟେଲ ଏବେ ବିବାଦ ମଧ୍ୟରେ ରହିଛନ୍ତି । ଅଭିନେତ୍ରୀଙ୍କ ବିରୋଧରେ କୋଟି କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି । ଏହି ମାମଲା ଝାରଖଣ୍ଡ ହାଇକୋର୍ଟରେ ହୋଇଛି । କୋର୍ଟ ଏହି ମାମଲାର ଶୁଣାଣୀ କରି ଅଭିନେତ୍ରୀଙ୍କୁ ୨ସପ୍ତାହ ମଧ୍ୟରେ ଲିଖିତ ଆକାରରେ ଜବାବ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଫିଲ୍ମ କରିବା ନାଁରେ କୋଟିକୋଟି ଟଙ୍କା ଠକେଇ ନେଇ କରିଥିବା ଅମୀଷାଙ୍କ ନାଁରେ ଅଭିଯୋଗ ହୋଇଛି । ଅଭିଯୋଗକାରୀ ଏହି ମାମଲାକୁ ଝାରଖଣ୍ଡ ହାଇକୋର୍ଟରେ ଦାଖଲ କରିଛନ୍ତି । ଯାହାର ଶୁଣାଣୀ କରିବାକୁଯାଇ କୋର୍ଟ ଦୁଇ ସପ୍ତାହ ମଧ୍ୟରେ ଲିଖିତ ଆକାରରେ ଜବାବ ଦେବାକୁ ଅମୀଷା କହିଛନ୍ତି । ଅଦାଲତରେ ଦାଖଲ କରାଯାଇଥିବା ପିଟିସନରେ କୁହାଯାଇଛି ହରୁମ ହାଉସିଂ କଲୋନିରେ ଏକ କାର୍ଯ୍ୟକ୍ରମ ସମୟରେ ଲଭଲି ୱାଲର୍ଡ ଏନ୍ଟରଟେନମେନ୍ଟର ପ୍ରୋପରାଇଟର ଅଜୟ କୁମାର ସିଂ ଏବଂ ଅମୀଷା ପଟେଲଙ୍କର ସାକ୍ଷାତ ହୋଇଥିଲା । ଏହି ସମୟରେ ଫିଲ୍ମ ‘ଦେଶୀ ମ୍ୟାଜିକ’ ତିଆରି କରିବା ନାଁରେ ଅଜୟ କୁମାର ସିଂ ଅଢ଼େଇ କୋଟି ଟଙ୍କା ଅମୀଷାଙ୍କ ଆକାଉନ୍ଟକୁ ଟ୍ରାନ୍ସଫର କରିଥିଲେ । ଫିଲ୍ମ ତିଆରି ନକରି ଟଙ୍କା ଫେରସ୍ତ ନକରିଥିବାରୁ ଅଜୟ ସିଂ ଅମୀଷାଙ୍କ ନାଁରେ ଅଦାଲତରେ ଅଭିଯୋଗ ଦାଖଲ କରିଥିଲେ । ଏଥିସହିତ ଅଭିଯୋଗକକାରୀ ଅଭିନେତ୍ରୀଙ୍କ ଉପରେ ଠକେଇ କରିଥିବା ଅଭିଯୋଗ ମଧ୍ୟ କରିଛନ୍ତି । ଫିଲ୍ମ ତିଆରି ନହୋଇଥିବାରୁ ଅଜୟ ଟଙ୍କା ଫେରସ୍ତ ମାଗିବାରୁ ଅଭିନେତ୍ରୀ ତାଙ୍କୁ ଅଢ଼େଇ କୋଟି ଟଙ୍କାର ଚେକ୍ ଦେଇଥିଲେ, ଯାହା ବାଉନ୍ସ ହୋଇଯାଇଥିଲା। ଏବେ ଏହାର ଶୁଣାଣି ୨ସପ୍ତାହ ପରେ ହେବ ।
More Stories
ଡିସିପି ଅଫିସ ସମ୍ମୁଖରେ ମୁହାଁମୁହିଁ ହେଲେ ଦୁଇ ଅଭିନେତା…..
ପତ୍ନୀଙ୍କଠାରୁ ଅଲଗା ହେଲେ ଏ.ଆର. ରେହମାନ…..
ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର….