ନୂଆଦିଲ୍ଲୀ (ବିବିଏମ୍ ଟିଭି): ଭାରତ ପାକିସ୍ତାନ ମଧ୍ୟରେ ଦୀର୍ଘଦିନ ହେବ ତିକ୍ତତା ଲାଗି ରହିଛି । ଭାରତ ଓ ପାକିସ୍ତାନ ମଧ୍ୟରେ ଯେଉଁଭଳି ତିକ୍ତତା ରହିଛି, ଉଭୟ ପକ୍ଷ ସୀମାରେ ଶାନ୍ତି ରକ୍ଷା କରିବା ପାଇଁ ରାଜି ହେବେ, ଏହା ଭାବିବାବେଳକୁ ଆଶ୍ଚର୍ଯ୍ୟ ଲାଗୁଛି, ହେଲେ ସତ । କିନ୍ତୁ କେମିତି ଏହା ସମ୍ଭବ ହେଲା? ଏହା ପଛରେ କାହାର ରହିଛି ହାତ? ଏହାକୁ ନେଇ ଖୋଜିବାବେଳେ ସାମ୍ନାକୁ ଆସିଛି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କ ପ୍ରମୁଖ ଭୂମିକା ।
ଭାରତ ଓ ପାକିସ୍ତାନ ସୀମାରେ ଯେଉଁ ଶାନ୍ତି ଫେରିବାକୁ ଯାଉଛି, ତାହା ଗୋଟିଏ ଦିନରେ ସମ୍ଭବ ହୋଇ ନାହିଁ । ଏହା ପଛରେ ରହିଛି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କ ନିରନ୍ତର ଉଦ୍ୟମ । ଭାରତ-ପାକିସ୍ତାନ ସୀମାରେ ଶାନ୍ତି ଫେରିବ । ଏଥିପାଇଁ ଦୁଇ ଦେଶର ସେନା ଅଧିକାରୀ ସହମତି ହୋଇଛନ୍ତି । ଏନେଇ ମିଳିତ ବିବୃତି ବି ଜାରି କରିଛନ୍ତି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହା ପଛରେ ରହିଛି ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କ ହାତ । ସୂଚନା ଅନୁସାରେ ପ୍ରାୟ ମାସକ ତଳେ ଅଜିତ୍ ଡୋଭାଲ ତାଙ୍କ ପ୍ରତିପକ୍ଷ ପାକିସ୍ତାନର ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ସହ ସୀମାରେ ଶାନ୍ତି ପ୍ରତିଷ୍ଠା ଓ ଲୋକଙ୍କୁ ସଚେତନ କରିବା ନେଇ ବ୍ୟାକ୍ ଚ୍ୟାନେଲରେ କଥାବାର୍ତ୍ତା ହୋଇଥିଲେ ।
ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ଜାରି କରାଯାଇଥିବା ମିଳିତ ବିବୃତି ଏହି କଥାବାର୍ତ୍ତାର ପ୍ରଥମ ଫଳାଫଳ । ଦୁଇ ଦେଶର ସମ୍ପର୍କକୁ ସ୍ୱାଭାବିକ କରିବା ପାଇଁ କିଛି ଦିନ ଲାଗିବ । ଡୋଭାଲ ପାକିସ୍ତାନ ସହ ଶାନ୍ତି ପାଇଁ ଆଲୋଚନା କରୁଥିବା ନେଇ ଗୃହମନ୍ତ୍ରୀ ଅମିତ୍ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଜଣାଥିଲା । ସେହିପରି ସୁରକ୍ଷା ବିଶେଷଜ୍ଞଙ୍କ କହିବା ଅନୁସାରେ, ଗତ ଗୋଟିଏ ମାସ ଭିତରେ ଦୁଇ ଦେଶ ସମ୍ପର୍କକୁ ନେଇ ପାଞ୍ଚଟି ଘଟଣା ଘଟିଛି ।
ଚଳିତ ମାସ ଆରମ୍ଭରେ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ବାଜୱାଙ୍କ ବୟାନ । ସେ କହିଥିଲେ, ସମସ୍ତ ଦିଗରେ ଶାନ୍ତି ପାଇଁ ହାତ ବଢ଼ାଇବାର ସମୟ ଆସିଛି । ଫେବ୍ରୁଆରୀ ୫ରେ କାଶ୍ମୀରକୁ ନେଇ ନରମ ବୟାନ ରଖିଥିଲା ପାକିସ୍ତାନ ।
ସୀମାରେ ଅସ୍ତ୍ରବିରତି ଉଲଂଘନ ବନ୍ଦ କରିବାକୁ ମତ ଦେଇଥିଲେ ବରିଷ୍ଠ ଅଧିକାରୀ
ସାର୍କ ରାଷ୍ଟ୍ରର ମିଟିଂରେ ପୂର୍ବଭଳି କାଶ୍ମୀର ପ୍ରସଙ୍ଗକୁ ବଡ କରିନଥିଲା ପାକିସ୍ତାନ
ଶେଷରେ ଶ୍ରୀଲଙ୍କା ଗସ୍ତ ପାଇଁ ଇମ୍ରାନ ଖାନଙ୍କ ବିମାନକୁ ଭାରତ ଆକାଶରେ ଯିବାକୁ ଅନୁମତି ଦେଇଥିଲା ଭାରତ ।
ଅକ୍ଟୋବର ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଉଦିଆରବ ଗସ୍ତ କରିବାବେଳେ ତାଙ୍କ ବିମାନକୁ ପାକିସ୍ତାନ ଆକାଶରେ ଯିବାକୁ ଅନୁମତି ଦେଇନଥିଲା ଇସଲାମାବାଦ । ସେହିପରି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବିମାନକୁ ମଧ୍ୟ ପାକିସ୍ତାନ ଆକାଶରେ ଯିବା ପାଇଁ ମଧ୍ୟ ଅନୁମତି ଦେଇନଥିଲା । କିନ୍ତୁ ଭାରତ ଇମ୍ରାନଙ୍କ ପାଇଁ ଭାରତୀୟ ଆକାଶରେ ଉଡିବାକୁ ଅନୁମତି ଦେବା ପରେ ନିଜର ନୀତିରେ ପରିବର୍ତନ ଆଣିବାକୁ ବାଧ୍ୟ ହୋଇଛି ପାକିସ୍ତାନ ।
More Stories
ନେତାନ୍ୟାହୁ ଙ୍କ ବିରୋଧରେ ଗିରଫ ପରୱାନା ଜାରି…..
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ବ୍ୟବଚ୍ଛେଦ ପରେ ହଲଚଲ ହେଲା ମୃତଦେହ…..