ରିପୋର୍ଟ କାର୍ଡ / ଭୁବନେଶ୍ବର
ବର୍ତ୍ତମାନ୍ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ସକାଳ ୧୦ଟା ରୁ ଘରୁ ବାହାରିବା ବି ମୁସ୍କିଲ ହୋଇପଡୁଛି। ଏହାରି ମଧ୍ୟରେ ୪୨.୬ ଡିଗ୍ରୀ ସହ ଝାରସୁଗୁଡା ଆଜି ସବୁଠୁ ଉତ୍ତପ୍ତ ସହର ପାଲଟିଛି । ତେବେ ଏଭଳି ପରିସ୍ଥିତିରେ ଉପମୁଖ୍ୟମନ୍ତ୍ରୀ ଲୋକ ମାନଙ୍କୁ ଏକ ବଡ ଆଶ୍ଵସ୍ତି ଦେଇଛନ୍ତି। ଗ୍ରୀଷ୍ମ ପ୍ରବାହ ସମୟରେ ବିଦ୍ୟୁତ୍ କାଟ୍ ନକରିବାକୁ ନିର୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ। ସେ କହିଛନ୍ତି ବକେୟା ବିଲ ପ୍ରଦାନ କରିନଥିଲେ ବି ବିଦ୍ୟୁତ୍ କାଟ୍ ହେବନି। କିନ୍ତୁ ଉପଭୋକ୍ତାଙ୍କୁ ବକେୟା ବିଲ୍ ପୈଠ କରିବାକୁ ପଡିବ। କାଳବୈଶାଖୀରେ ବିଦ୍ୟୁତ୍ ସେବା ବ୍ୟାହତ ହୋଇଥିଲେ ଖୁବ୍ ଶୀଘ୍ର ତାହାର ସମାଧାନ କରାଯାଉଛି।






More Stories
୫ କଏଦୀ ଏଚଆଇଭି ପଜିଟିଭ ଚିହ୍ନଟ…..
ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ…..
ଓଡ଼ିଶା ଇଭି ପଲିସି ଅବଧି ବୃଦ୍ଧି…..