ରିପୋର୍ଟ କାର୍ଡ / ପାଟଣା
କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଅଟେଇ ସଂରକ୍ଷିତ ପିଛୁଳାବେଡ଼ା ଜଙ୍ଗଲ ଭିତରେ ଶନିବାର ଏକ କାର୍ ଜଳୁଥିବା ଦେଖିବାକୁ ମିଳିଛି। ଜଙ୍ଗଲ ଭିତରେ ଏକ ମାରୁତି ସୂଜୁକି ଏକ୍ସଟ୍ରା କାର୍ରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିପୋଡ଼ି ନଷ୍ଟ ହୋଇଯାଇଛି। ମିଳିଥିବା ସୂଚନାନୁଯାୟୀ, ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ବାଘ ଦଫା ଗ୍ରାମର ତରଣି ସେନ ମହାନ୍ତ ଓ ତାଙ୍କ ସ୍ତ୍ରୀ ପିଛୁଳା ବେଡ଼ା ଶ୍ୱଶୁର ବଳଭଦ୍ରଙ୍କଙ୍କ ଘରକୁ ଆସିଥିବାବେଳେ ଦମ୍ପତିଙ୍କ ମଧ୍ୟରେ କଳହରୁ ତରଣି ଉତ୍କ୍ଷିପ୍ତ ହୋଇ କାର୍ଟିକୁ ଜଙ୍ଗଲକୁ ନେଇ ଜାଳି ଦେଇଥିବା ଖବର ମିଳିଛି। ଏନେଇ ଘଟଗାଁ ଏସ୍ଡିପିଓ ବିଜୟ କୃଷ୍ଣ ମହାପାତ୍ରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।






More Stories
ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ…..
ଫାଇଲ୍ ରିସିଭ୍ ହୋଇଛି, କୁଆଡ଼େ ଗଲା ଜାଣିନାହାନ୍ତି…..
ଛାତ୍ର ସଂସଦ ନିର୍ବାଚନ:ଖର୍ଚ୍ଚରେ ଲାଗିଲା କଟକଣା…..