ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପାକିସ୍ତାନ ଗୋଟିଏ ପଟେ ଆତଙ୍କୀଙ୍କୁ ଲଗାଇ ଭାରତୀୟଙ୍କୁ ହତ୍ୟା କରୁଥିବାବେଳେ ଏହାର ପ୍ରତିବାଦ କରୁଥିବା ଲୋକଙ୍କ ଗଳା କାଟିବାକୁ ଦେଉଛି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଲଣ୍ଡନରେ। ପାକିସ୍ତାନର ଜଣେ ବରିଷ୍ଠ ସେନା ଅଧିକାରୀ ପ୍ରବାସୀ ଭାରତୀୟଙ୍କ ଗଳା କାଟିବାକୁ ସର୍ବସମ୍ମୁଖରେ ଇଙ୍ଗିତ କରିଛନ୍ତି। ଏହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ସୂଚନା ଅନୁସାରେ, ପହଲଗାଓଁ ଆତଙ୍କୀ ଆକ୍ରମଣ ଘଟଣାର ପ୍ରତିବାଦ କରି ପ୍ରବାସୀ ଭାରତୀୟମାନେ ଲଣ୍ଡନସ୍ଥିତ ପାକ୍ ଦୂତାବାସ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ଚାଲିଥିଲା। ଏହି ସମୟରେ ଦୂତାବାସ ବାହାରକୁ କିଛି ପାକିସ୍ତାନୀ ଅଧିକାରୀ ଆସିଥିଲେ। ସେମାନଙ୍କ ମଧ୍ୟରୁ ପାକ୍ ସ୍ଥଳସେନା ଏବଂ ବାୟୁସେନା ଉପଦେଷ୍ଟା ତଇମୁର ରାହତ ବିକ୍ଷୋଭକାରୀଙ୍କୁ ଗଳା କାଟିବାର ଇଙ୍ଗିତ କରିଥିଲେ। ଯାହା ଏକ ଭିଡିଓରେ କଏଦ ହୋଇଛି।






More Stories
ଦିଲ୍ଲୀରେ ୪ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ…..
କିଭ୍ ଉପରେ ରୁଷ୍ର ଆକ୍ରମଣ; ୩୦ମୃତ…..
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ;ଓଡ଼ିଶାକୁ ଆଲର୍ଟ…..