Report Card Odisha

| Daily Odia News

ପାକିସ୍ତାନ ଓ ଚୀନକୁ ବିଏଲଏର ଧମକ……

ରିପୋର୍ଟକାର୍ଡ / ନୂଆଦିଲ୍ଲୀ

ଭାରତ-ପାକିସ୍ତାନ ମଧ୍ୟରେ ଅଘୋଷିତ ଯୁଦ୍ଧ ଜାରି ରହିଥିବାବେଳେ ଏହାର ଫାଇଦା ଉଠାଇଛି ବାଲୋଚ ଲିବରେସନ ଆର୍ମି(ବିଏଲଏ)। ବାଲୋଚିସ୍ତାନକୁ ପାକିସ୍ତାନରୁ ସ୍ଵତନ୍ତ୍ର କରିବାକୁ ଦୀର୍ଘବର୍ଷ ଧରି ଉଦ୍ୟମ ଚଳାଉଥିବା ବିଏଲଏ ପାକିସ୍ତାନ ସହିତ ଯୁଦ୍ଧ ଆରମ୍ଭ କରିଦେଇଛି। ବାଲୋଚିସ୍ତାନରେ ଥିବା ପାକିସ୍ତାନ ସେନା ଘାଟି ଏବଂ କ୍ୟାମ୍ପରେ ବିଏଲଏ ପକ୍ଷରୁ ଆକ୍ରମଣ କରାଯାଇଛି। ବିଏଲଏ ୬ଟି ସ୍ଥାନକୁ ନିଜ ଦଖଲକୁ ନେଇଥିବା ଦାବି କରିଛି। ଏହା ସହିତ ବିଏଲଏ ପକ୍ଷରୁ ପାକିସ୍ତାନ ଏବଂ ଚୀନକୁ କଡ଼ା ଧମକ ଦିଆଯାଇଛି। ଯଦି ମରିବାକୁ ଚାହୁଁନ, ତେବେ ତୁରନ୍ତ ବାଲୋଚିସ୍ତାନ ଛାଡ଼ି ପଳାଅ ବୋଲି ବିଏଲଏ ଧମକ ଦେଇଛି।

Breaking News