ରିପୋର୍ଟକାର୍ଡ / ନୂଆଦିଲ୍ଲୀ
ଭାରତ-ପାକିସ୍ତାନ ମଧ୍ୟରେ ଅଘୋଷିତ ଯୁଦ୍ଧ ଜାରି ରହିଥିବାବେଳେ ଏହାର ଫାଇଦା ଉଠାଇଛି ବାଲୋଚ ଲିବରେସନ ଆର୍ମି(ବିଏଲଏ)। ବାଲୋଚିସ୍ତାନକୁ ପାକିସ୍ତାନରୁ ସ୍ଵତନ୍ତ୍ର କରିବାକୁ ଦୀର୍ଘବର୍ଷ ଧରି ଉଦ୍ୟମ ଚଳାଉଥିବା ବିଏଲଏ ପାକିସ୍ତାନ ସହିତ ଯୁଦ୍ଧ ଆରମ୍ଭ କରିଦେଇଛି। ବାଲୋଚିସ୍ତାନରେ ଥିବା ପାକିସ୍ତାନ ସେନା ଘାଟି ଏବଂ କ୍ୟାମ୍ପରେ ବିଏଲଏ ପକ୍ଷରୁ ଆକ୍ରମଣ କରାଯାଇଛି। ବିଏଲଏ ୬ଟି ସ୍ଥାନକୁ ନିଜ ଦଖଲକୁ ନେଇଥିବା ଦାବି କରିଛି। ଏହା ସହିତ ବିଏଲଏ ପକ୍ଷରୁ ପାକିସ୍ତାନ ଏବଂ ଚୀନକୁ କଡ଼ା ଧମକ ଦିଆଯାଇଛି। ଯଦି ମରିବାକୁ ଚାହୁଁନ, ତେବେ ତୁରନ୍ତ ବାଲୋଚିସ୍ତାନ ଛାଡ଼ି ପଳାଅ ବୋଲି ବିଏଲଏ ଧମକ ଦେଇଛି।






More Stories
ମୋଦି ସରକାରଙ୍କୁ କେଜ୍ରିୱାଲଙ୍କ ଟାର୍ଗେଟ୍,ଅଶିକ୍ଷିତ…..
ବୀମା ନାହିଁ ତ ତେଲ ନାହିଁ ନିର୍ଦ୍ଦେଶ କାର୍ଯ୍ୟକାରୀ କର…..
କଂଗ୍ରେସ ଉପରେ ବର୍ଷିଲେ ଶାହା…..