ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଉ ଦିନକ ପରେ ମହାଶିବରାତ୍ରି | ରାଜ୍ୟରେ ଜାଗର ଯାତ୍ରା ପାଇଁ କଟକଣା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ରାଜ୍ୟର ଶୈବପୀଠ ପରିସରେ ଓ ବାହାରେ ଗହଳି ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ମେଳା ବସିବା ଉପରେ କଟକଣା ଜାରି ହୋଇଛି । ଜାଗରଯାତ୍ରା ବେଳେ କୌଣସି ସ୍ଥାନରେ ମେଳା ଲାଗିବ ନାହିଁ । କରୋନା କାଳରେ ଗୋଟିଏ ସ୍ଥାନରେ ଭିଡ଼ ଜମାଇଲେ ସଂକ୍ରମଣ ବଢ଼ିବାର ଆଶଙ୍କା କରି ମେଳାକୁ ମନା କରାଯାଇଛି। ଭିଡ଼କୁ ଏଡ଼ାଇବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ସରକାର । ନିୟମ ଉଲ୍ଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ ନେବାକୁ ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ ନିର୍ଦ୍ଦେଶ ଜାରି କରିଥିବା ନେଇ ସୂଚନା ମିଳିଛି ।






More Stories
ପାନ ମସଲାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୟାନ…..
ରାଷ୍ଟ୍ରପତିଙ୍କ ଗସ୍ତ:୩୦ ପ୍ଲାଟୁନ ଫୋର୍ସ ମୁତୟନ…..
କ୍ୟାବିନେଟ ବୈଠକରେ ୧୨ ପ୍ରସ୍ତାବକୁ ମଞ୍ଜୁରୀ…..