Report Card Odisha

| Daily Odia News

ଶାଶୁ ଘରେ ମହିଳାଙ୍କୁ ମିଳୁଥିବା ଆଘାତ ପାଇଁ ସ୍ବାମୀ ଦାୟୀ: ସୁପ୍ରିମକୋର୍ଟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସୁପ୍ରିମକୋର୍ଟ ଏକ ଘରୋଇ ହିଂସା ମାମଲାର ଶୁଣାଣି କରି କହିଛନ୍ତିକି ଶାଶୁ ଘରେ ଜଣେ ମହିଳାଙ୍କୁ ମିଳୁଥିବା ପ୍ରତ୍ୟେକ ଆଘାତ ପାଇଁ ସ୍ବାମୀ ଦାୟୀ ରହିବେ। ଏହା ସହିତ ସ୍ତ୍ରୀଙ୍କୁ ମାଡ଼ ମାରିଥିବା ଜଣେ ବ୍ୟକ୍ତିଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ପ୍ରଧାନ ବିଚାରପତି ଏସ. ଏ. ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଶାଶୁଘରେ ମହିଳାଙ୍କ ଉପରେ ଅନ୍ୟ କୌଣସି ସମ୍ପର୍କୀୟ ଆକ୍ରମଣ କଲେ ବି ସେଥିପାଇଁ ସ୍ବାମୀ ହିଁ ଦାୟୀ ରହିବେ। ସୂଚନା ଅନୁସାରେ, ଆଗୁଆ ଜାମିନ ଆବେଦନ କରିଥିବା ବ୍ୟକ୍ତିଙ୍କର ଏହା ୩ୟ ବିବାହ ହୋଇଥିବାବେଳେ ମହିଳାଙ୍କର ୨ୟ ବିବାହ ଥିଲା। ବିବାହର ଗୋଟିଏ ବର୍ଷ ପରେ ୨୦୧୮ରେ ମହିଳା ଏକ ସନ୍ତାନକୁ ଜନ୍ମ ଦେଇଥିଲେ। ଗତ ଜୁନରେ ମହିଳା ଜଣକ ଲୁଧିଆନା ପୁଲିସ ନିକଟରେ ନିଜ ସ୍ବାମୀ ଏବଂ ଶାଶୁ ଘର ଲୋକଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଯୌତୁକ ଟଙ୍କା ଦେଇ ନ ଥିବାରୁ ତାଙ୍କ ସ୍ବାମୀ, ଶ୍ଵଶୁର ଏବଂ ଶାଶୁ ତାଙ୍କୁ ଅମାନୁଷିକ ଭାବେ ମାଡ଼ ମାରିଥିଲେ ବୋଲି ସେ ଅଭିଯୋଗ କରିଥିଲେ।

Breaking News