ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଶତାବ୍ଦୀ ଏକ୍ସପ୍ରେସ୍ରେ ଅଗ୍ନିକାଣ୍ଡ ଘଟିଛି। ଦିଲ୍ଲୀରୁ ଡ଼େରାଡୁନ ଶତାବ୍ଦୀ ଏକ୍ଦପ୍ରେସ ଯାତ୍ରାକରୁଥିବା ବେଳେ ଟ୍ରେନର ସି-୪ ବଗିରେ ହଠାତ ନିଆଁ ଲାଗିଯାଇଥିଲା। ସଟ୍ ସର୍କିଟ୍ ଦ୍ବାରା ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଏହି ଅଗ୍ନିକାଣ୍ଡରେ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରଯାଇଥିବା ଉତ୍ତରାଖଣ୍ଡର ଡିଜିପି ସୂଚନା ଦେଇଛନ୍ତି। ସୂଚନା ମୁତାବିକ, କାନସ୍ରୋ ନିକଟରେ ଦିଲ୍ଲୀ- ଡ଼େରାଡୁନ୍ ଏକ୍ସପ୍ରେସରେ ନିଆଁ ଲାଗିଥିଲା। ସଟ୍ ସର୍କିଟ୍ରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଟ୍ରେନର ସି-୪ ବଗିରେ ଭୟାବହ ନିଆଁ ଲାଗିଯିବାରୁ ସଂପୂର୍ଣ୍ଣ ବଗିଟି ପୋଡ଼ିଯାଇଥିବା ଜଣାପଡିଛି।ଲୋକୋ ପାଇଲଟ୍ ଆପତଃକାଳୀନ ବ୍ରେକ୍ ଲଗାଇ ଜଙ୍ଗଲରେ ହିଁ ଟ୍ରେନ୍କୁ ଅଟକାଇ ଦେଇଥିଲେ। ଏଥିସହିତ ନିଆଁ ଲାଗିଥିବା କୋଚ୍କୁ ଅନ୍ୟ କୋଚ୍ ଗୁଡ଼ିକ ଠାରୁ ଅଲଗା କରାଯାଇ ସୁରକ୍ଷିତ ରଖାଯାଇଥିଲା । ଏହି ବଗିରେ ଯାତ୍ରାକରୁ ଥିବା ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ତେବେ ଅଗ୍ନିକାଣ୍ଡ କାରଣ ଅଧିକ ତଦନ୍ତ ପରେ ଜଣାପଡ଼ିବ। ଯାତ୍ରୀମାନଙ୍କୁ ଅନ୍ୟ ଏକ କୋଚ୍କୁ ସ୍ଥାନାନ୍ତର କରାଯାଇଛି । ଯାହା ପରେ ଟ୍ରେନ୍ଟି ଡେରାଡୁନ୍ ଯିବା ପାଇଁ ବାହାରିଥିଲା ।






More Stories
ଏଲପିଜି ସିଲିଣ୍ଡର ମୂଲ୍ୟ ବୃଦ୍ଧି…..
ବଳେନ୍ଦ୍ର ଶାହା ପରବର୍ତ୍ତୀ ପ୍ରଧାନମନ୍ତ୍ରୀ…..
ନୀତୀଶଙ୍କୁ ବିରୋଧ କଲେଣି ପରିବାର,ମୋଦିଙ୍କ ପୋଷ୍ଟରରେ ଲଗାଇଲେ କାଳି……