ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ବିଧାନସଭା ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ କମ୍ପିପାରେ ଗୃହ । ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ଆଜି ଗୃହରେ ହଙ୍ଗାମା ହୋଇପାରେ । କାରଣ କଂଗ୍ରେସ ବିଜେପି ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିବା ବେଳେ ଏହାକୁ ବାଚସ୍ପତି ଗ୍ରହଣ କରିବେ କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିଛି । କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ ସିପିଏମ୍ ବିଧାୟକ ସମର୍ଥନ ଜଣାଇଥିବା ବେଳେ ବିଜେଡିର ଆଭିମୁଖ୍ୟ ଏବେ ବି ଅସ୍ପଷ୍ଟ ରହିଛି । କିନ୍ତୁ କଂଗ୍ରେସ ପକ୍ଷରୁ ବିଧାନସଭାରେ ସମସ୍ତ ବିଧାୟକ ଉପସ୍ଥିତ ରହିବାକୁ ହୁଇପ୍ ଜାରି କରାଯାଇଛି । ଅନାସ୍ଥା ଉପରେ ବିଜେଡିର ଆଭିମୁଖ୍ୟ ଅସ୍ପଷ୍ଟ ରହିଥିବା ବେଳେ ଆଜି ବିଧାନସଭାରେ ନାରୀ ନିର୍ଯାତନା ଓ ସାର ଅଭାବକୁ ପ୍ରସଙ୍ଗ କରିପାରେ ବିଜେଡି । ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ବିଜେଡି କିନ୍ତୁ ଗୃହରେ ନିଜର ସ୍ୱର ଶାଣିତ କରିବ ।
More Stories
ଉତ୍ତରାଖଣ୍ଡରେ ପୁଣି ପ୍ରକୃତିର ତାଣ୍ଡବ…..
ସ୍କୂଲ ଛାତ୍ରୀଛାତ୍ରଙ୍କ ପାଇଁ ମାଗଣା ବସ୍ ଯାତ୍ରାକୁ ମଞ୍ଜୁରୀ…..
୧୮ରୁ ଗୁରୁଙ୍କ ଆନ୍ଦୋଳନ…..