Report Card Odisha

| Daily Odia News

କାର୍ଯ୍ୟ ଆରମ୍ଭ କଲେ ଅନୁ ଗର୍ଗ : ଆଜି ସଚିବଙ୍କ ବୈଠକ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟ ଆରମ୍ଭ କଲେ ଅନୁ ଗର୍ଗ । ଗତକାଲି ଅପରାହ୍ନରେ ସେ ଦାୟିତ୍ଵ ଗ୍ରହଣ କରିଛନ୍ତି । ଲୋକସେବା ଭବନରେ ମନୋଜ ଆହୁଜାଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଥିଲେ ।ଆଜି ଆଇଏଏସ ଅନୁଗର୍ଗ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଲୋକସଭା ଭବନରେ ନିଜର ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି ଅନୁ ଗର୍ଗ । ପ୍ରତିକ୍ରିୟାରେ ପ୍ରଥମେ ନବ ବର୍ଷର ସୁଭେଚ୍ଛା ଜଣାଇଥିଲେ । ଦାୟିତ୍ବ ଗ୍ରହଣ ପରେ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରି ନିଜ ପାଇଁ ଓ ରାଜ୍ୟ ପାଇଁ ଆଶୀର୍ବାଦ ଲୋଡିଥିବା କହିଛନ୍ତି ଅନୁ ଗର୍ଗ । ସମସ୍ତେ ମିଶି କିଛି ନୂଆ କରିବାକୁ କହିଛନ୍ତି । କାର୍ଯ୍ୟସୂଚିକୁ ନେଇ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରି ସାରିଛି ଏବଂ ଆଗକୁ କ’ଣ ହୋଇ ପାରିବ ଏନେଇ ସ୍ବାସ୍ଥ୍ୟ ସଚିବଙ୍କ ସହ ଆଲୋଚନା ହୋଇ ସାରିଛି । କାର୍ଯ୍ୟର ପ୍ରଥାମ ଦିନରେ ଅଧିକ କାମ କରିବେ ବୋଲି କହିଛନ୍ତି ଅନୁ ଗର୍ଗ । ଆଜି ସବୁ ସଚିବଙ୍କ ସହ ବୈଠକ କରିବେ ବୋଲି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ।

Breaking News