ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ରାଜ୍ୟରେ ସର୍ବାଧିକ ୧୪୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍ରୁ ୮୭ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୫୯ ରହିଛି। ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି | ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ପରେ କଟକରୁ ୨୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳ ୩, ବାଲେଶ୍ୱର ୪, ବରଗଡ ୩, ବଲାଙ୍ଗୀର ୯, ଗଂଜାମ ୫, ଜଗତସିଂହପୁର ୩, ଯାଜପୁର ୪, ଝାରସୁଗୁଡା ୧, କଳାହାଣ୍ଡି ୨, କେନ୍ଦ୍ରାପଡ଼ା ୧, ମୟୁରଭଞ୍ଜ ୧୩, ନବରଙ୍ଗପୁର ୧, ନୂଆପଡା ୧୨, ପୁରୀ ୧ , ରାୟଗଡା ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି |






More Stories
ଆଇଏଫଏସ ଅଧିକାରୀସ୍ତରରେ ଅଦଳବଦଳ……
୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ…..
ଆଗୁଆ ସ୍କୁଲ ଛୁଟି ଘୋଷଣା କଲେ ସରକାର…..