ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ପୁଣି ଡ଼ରାଇଲାଣି କରୋନା । ଆଜି ରାଜ୍ୟରେ ସର୍ବାଧିକ ୧୪୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଭୁବନେଶ୍ୱରରେ ଏକ ଘରୋଇ ଶିକ୍ଷାଅନୁଷ୍ଠାନରେ ୪୫ କରୋନା ଆକ୍ରାନ୍ତ ନଜରକୁ ଆସିଛି | ଏହି ପରିସ୍ଥିତିରେ ତତ୍ପରତା ଦେଖାଇଛନ୍ତି ରାଜ୍ୟ ସରକାର | ଆସନ୍ତାକାଲି କରୋନାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ପୁଣି ଥରେ ସରପଞ୍ଚ, ୱାର୍ଡମେମ୍ବର ଓ ଅଙ୍ଗନୱାଡ଼ି କର୍ମୀଙ୍କୁ ବଡ଼ ଦାୟିତ୍ୱ ଦିଆଯିବା ନେଇ ସୂଚନା ରହିଛି। ଦାୟିତ୍ୱ ଦିଆଯାଇଥିବା କର୍ମଚାରୀମାନେ ବାହାରୁ ଗାଁକୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବେ ବୋଲି ଜଣାପଡିଛି। ଗାଁରେ କରୋନା ପରିଚାଳନାକୁ ପୁଣି ସକ୍ରିୟ କରାଯିବ ବୋଲି ବି ସୂଚନା ରହିଛି। ଏନେଇ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି ଏସଆରସି ପ୍ରଦୀପ୍ତ ଜେନା । ଆଗକୁ ଦୋଳ ଓ ହୋଲି ପାଇଁ କରୋନା ନିୟମ କଡାକଡି କରାଯାଇଛି |
More Stories
ରାହୁଲଙ୍କ ଦ୍ୱାରା ହୋଇଥିବା ଅଭିଯୋଗ ଭିତ୍ତିହୀନ…..
ଯାତ୍ରୀଙ୍କୁ ଚାପୁଡା ମାରିଲେ ଆମ ବସ୍ କଣ୍ଡକ୍ଟର…..
କଂଗ୍ରେସ ଆଣିଲା ଅନାସ୍ଥା ପ୍ରସ୍ତାବ…..