ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜ୍ୟସରକାର କୋଟିଆ ବିବାଦୀୟ ମାମଲାର ୫୦୦ ପୃଷ୍ଠା ବିଶିଷ୍ଟ ଦସ୍ତାବିଜ୍ ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି | ଆସନ୍ତା ଏପ୍ରିଲ ୯ତାରିଖରେ କୋଟିଆ ମାମଲାରେ ହେବ ପରବର୍ତ୍ତୀ ଶୁଣାଣି। ରାଜ୍ୟ ସରକାର ଦାଖଲ କରିଥିବା ପ୍ରତି ଜବାବରେ ୧୯୩୭ରୁ ୧୯୩୯ ମଧ୍ୟରେ ତତ୍ କାଳୀନ ଜିଲ୍ଲାପାଳ ଆଦାୟ କରିଥିବା ସେସ୍ , ୧୯୩୪ ରେ ଜୟପୁର ମହାରାଜାଙ୍କ ଦସ୍ତାବିଜ ଦାଖଲ କରାଯାଇଛି। କୋଟିଆ ଅଞ୍ଚଳର ଗଞ୍ଜେୟଭଦ୍ରା, ପାଟ୍ଟୁଚେନ୍ନୁର, ପାଗଲୁଚେନ୍ନୁର ଗାଁରେ ୧୯୫୨ରୁ ଲଗାତର ଭାବେ ଭୋଟ କରାଇ ଆସୁଥିବା ସୁପ୍ରିମକୋର୍ଟରେ ପୂର୍ବରୁ ଯୁକ୍ତି ଉପସ୍ଥାପନ କରିଛନ୍ତି ଆନ୍ଧ୍ର ସରକାର । ଏହି ୩ଟି ଗାଁ ଆନ୍ଧ୍ର ପ୍ରଦେଶର ଆରକୁ ଲୋକସଭା ଆସନ ଏବଂ ସାଲୁରୁ ବିଧାନସଭା ଆସନ ଅଧିନରେ ଆସୁଛି ବୋଲି ବିଜୟନଗରମ ଜିଲ୍ଲାପାଳଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ କୁହାଯାଇଛି। ଆନ୍ଧ୍ରପ୍ରଦେଶରେ ପଞ୍ଚାୟତିରାଜ ଆଇନ ଲାଗୁ ହେବା ପରଠାରୁ କୋଟିଆର ଏହି ୩ ଗାଁରେ ନିର୍ବାଚନ ଅନୁଷ୍ଠିତ ହୋଇଆସୁଛି। ନିଜର ଅଧିକାର ସାବ୍ୟସ୍ତ କରିବା ପାଇଁ ଆନ୍ଧ୍ର ପକ୍ଷରୁ ବିଭିନ୍ନ ତଥ୍ୟ ଉପସ୍ଥାପନ କରାଯାଇଛି।
More Stories
ଓଡ଼ିଶାର ୧୯ ପୋଲିସ କର୍ମଚାରୀଙ୍କୁ ମିଳିବ ପଦକ….
ମାହାଙ୍ଗା ଡବଲ ମର୍ଡର ମାମଲା:ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଜବାବ ତଲବ…..
ମୋଷ୍ଟ ୱାଣ୍ଟେଡ୍ ଆଲୋକ ସେଠୀ ନିହତ: ଘର ନିଆଳି….