Report Card Odisha

| Daily Odia News

ରାଜ୍ୟ ସଭା ନିର୍ବାଚନର ଫଳାଫଳ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ଭାଜପାର ମନମୋହନ ସାମଲ ଓ ସୁଜିତ କୁମାର ବିଜୟୀ ହୋଇଛନ୍ତି । ସର୍ବାଧିକ ଭୋଟ ସହ ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ କୁମାର ମଧ୍ୟ ବିଜୟୀ ହୋଇଛନ୍ତି। ସେହିପରି ବିଜେଡିର ସଂତୃପ୍ତ ମିଶ୍ର ଜିତିଛନ୍ତି। ନିର୍ବାଚନରେ ଭାଜପା ଦିଲ୍ଲୀପ ରାୟଙ୍କୁ ପୂର୍ଣ୍ଣ ସମର୍ଥନ ଜଣାଇଥିଲା । ନିର୍ବାଚନରେ ବିଜେଡି କଂଗ୍ରେସର କମନ ପ୍ରାର୍ଥୀ ଦତ୍ତେଶ୍ୱର ହୋତା ପରାସ୍ତ ହୋଇଛନ୍ତି । ସେପଟେ ରାଜ୍ୟ ସଭା ନିର୍ବାଚନରେ ବିଜୟ ପରେ ମନମୋହନ ସାମଲ ଓ ସୁଜିତ୍‌ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ଇତିହାସରେ ସ୍ମରଣୀୟ ଦିନ । ଭାଜପା ଓ ଭାଜପା ସମର୍ଥିତ ପ୍ରାର୍ଥୀଙ୍କ ପ୍ରଚଣ୍ଡ ବିଜୟ ହୋଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ମାର୍ଗଦର୍ଶନର ପ୍ରତିଫଳନ ହୋଇଛି। ଅନ୍ୟପଟେ, ବିଜେଡିରୁ ୮ କ୍ରସ୍‌ ଭୋଟିଂ ହୋଇଥିବା କହିଛନ୍ତି ପ୍ରତାପ ଦେବ।

Breaking News