ରିପୋର୍ଟ କାର୍ଡ / ପୁରୀ
ପୁରୀରେ ମହାପ୍ରଭୁଙ୍କୁ ସ୍ଥଳସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ ଶନିବାର ଦର୍ଶନ କରିଛନ୍ତି। ଦୀର୍ଘ ଏକ ଘଣ୍ଟାରୁ ଅଧିକ ସମୟ ସେ ଶ୍ରୀମନ୍ଦିରରେ ବିତାଇଥିଲେ। ମହାପ୍ରଭୁ, ମା’ଲକ୍ଷ୍ମୀ, ବିମଳାଙ୍କ ମନ୍ଦିର ବୁଲି ଦେଖିବା ସହ କୋଇଲି ବୈକୁଣ୍ଠ ଓ ରୋଷଶାଳା ମଧ୍ୟ ବୁଲି ଦେଖିଥିଲେ। ମହାପ୍ରଭୁଙ୍କ ଦର୍ଶନ ପରେ ସେ କହିଛନ୍ତି, ପୁରୀ ଆସିଲେ ଶାନ୍ତି ମିଳେ। ଶ୍ରୀମନ୍ଦିରରେ ଦିବ୍ୟ ଶକ୍ତି ଓ ଶାନ୍ତି ସେ ଅନୁଭବ କରିଛନ୍ତି। ଜଗନ୍ନାଥ ଧାମରେ ପହଞ୍ଚି ସେ ନିଜକୁ ସୌଭାଗ୍ୟଶାଳୀ ମନେ କରିବା ସହ ଭାରତୀୟ ସେନା କିଭଳି ଅଧିକ ଶକ୍ତିଶାଳୀ ହେବ, ପ୍ରତ୍ୟେକ ଯବାନ ଓ ତାଙ୍କ ପରିବାରକୁ ମହାପ୍ରଭୁଙ୍କ ଆଶୀର୍ବାଦ ମିଳୁ ବୋଲି ସେ ପ୍ରାର୍ଥନା କରିଛନ୍ତି।






More Stories
ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି…..
ସୌମ୍ୟ ହତ୍ୟା ମାମଲା:ବନ୍ଧା ହେଲା ମୁଖ୍ୟ ଅଭିଯୁକ୍ତ ଚିନୁ…..
୨୦ରେ ରାଜ୍ୟ କ୍ୟାବିନେଟ୍…..