ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ଇନ୍ଦିରା ଗାନ୍ଧି ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଟଳିଲା ବଡ଼ ବିମାନ ଦୁର୍ଘଟଣା । ସାଇସ୍ପଜେଟ B737-700 ବିମାନ ଏୟାରପୋର୍ଟରେ ଟ୍ୟାକ୍ସିଂ କରୁଥିବା ବେଳେ ଅନ୍ୟ ଏକ ଆକାସା ଏୟାର ବିମାନକୁ ରନୱେରେ ଧକ୍କା ଦେଇଥିଲା । ଏହି ଧକ୍କା ଫଳରେ ସ୍ପାଇସଜେଟ ବିମାନର ଡାହାଣ ୱିଙ୍ଗ କ୍ଷତିଗ୍ରସ୍ତ ହୋଇଥିବ ବେଳେ ଆକାସା ଏୟାର ବିମାନର ବାମ ପଟେ ଥିବା ହରିଜେଣ୍ଟାଲ ଷ୍ଟେବଲାଇଜର କ୍ଷତିଗ୍ରସ୍ତ ହୋଇଛି । ଆକାଶା ଏୟାରର ପ୍ରବକ୍ତା କହିଛନ୍ତି, ଆକାଶ ଏୟାରର ବିମାନ ରନୱେରେ ଠିଆ ହୋଇଥିଲା, ସେତେବେଳେ ସ୍ପାଇସଜେଟ ବିମାନ ଧକ୍କା ଦେଇଥିଲା । ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟ ସୁରକ୍ଷିତ ରହିଥିବା ଜଣାପଡିଛି । ଏୟାରଲାଇନ୍ସ ତରଫରୁ ଯାତ୍ରୀଙ୍କୁ ତୁରନ୍ତ ହାଇଦ୍ରାବାଦ ପହଞ୍ଚାଇବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଉଛି ।






More Stories
ରାମମନ୍ଦିର ଦାନ ଅର୍ଥ ଆତ୍ମସାତ୍ ମାମଲା;ଚମ୍ପତ ରାୟ,ଅନିଲ ମିଶ୍ର ଦୋଷମୁକ୍ତ…..
ଯୁବଶକ୍ତି ଦେଶର ସବୁଠୁ ମୂଲ୍ୟବାନ ସମ୍ପତ୍ତି…..
“ଆଜି,ଭାରତ ଏକ ସ୍ଥିର ସରକାର ସହିତ ବିଶ୍ୱ ସ୍ତରରେ ପ୍ରଗତି କରୁଛି……