ରିପୋର୍ଟ କାର୍ଡ / କୋଲକାତା
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଜୋର ଧରିଛି ପ୍ରଚାର ପ୍ରସାର | ଭୋଟର ମାନଙ୍କୁ ଆକୃଷ୍ଟ କରି ଭୋଟ ହାତେଇବା ପାଇଁ କସରତ ଜାରିରହିଛି | ଆଜି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଷ୍ଣୁପୁରରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରିଛନ୍ତି। ଏହି ରାଲିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପା କୁ ଟାର୍ଗେଟ କରି ବର୍ଷିଥିଲେ । ମମତା ମୋଦିଙ୍କୁ ମିଛୁଆ ବୋଲି କହିଛନ୍ତି। ସେ କହିଛନ୍ତି ଯେ, ମୋଦିଙ୍କ ପରି ଜଣେ ମିଛୁଆଙ୍କୁ କେଉଁଠି ଦେଖି ନାହିଁ। ରାଲିରେ ମମତା ଆହୁରି ମଧ୍ୟ କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀଙ୍କ ଚେୟାରକୁ ବହୁତ ସମ୍ମାନ ଦେଉଥିଲି, ମୁଁ ଜାଣି ନଥିଲି ଯେ ସେ ଏପରି ଅଟନ୍ତି। କହିବାକୁ ଦୁଃଖ ଲାଗୁଛି ଯେ, ନରେନ୍ଦ୍ର ମୋଦି ମିଛ କହୁଛନ୍ତି। କେବଳ ଏତିକି ନୁହେଁ ବଙ୍ଗଳାର ସଂସ୍କୃତି ନଷ୍ଟ କରିବା ପାଇଁ ଭାଜପା ଉତ୍ତରପ୍ରଦେଶରୁ ଗୁଣ୍ଡା ଆଣିଛି ବୋଲି ସେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ୨୯୪ ବିଧାନସଭା ଆସନ ପାଇଁ ୮ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ। ପ୍ରଥମ ପର୍ଯ୍ୟାୟ ମତଦାନ ମାର୍ଚ୍ଚ ୨୭ରେ ହେବ। ମେ ୨ ରେ ଫଳାଫଳ ବାହାରିବ।






More Stories
ମଣିପୁରରୁ ହଟିଲା ରାଷ୍ଟ୍ରପତି ଶାସନ,ଶପଥ ନେଲେ ମୁଖ୍ୟମନ୍ତ୍ରୀ….
୨ ଆତଙ୍କୀ ନିହତ…..
ପିଟି ହେଲା ଦୁଇ ବିମାନର ଡେଣା…..