Report Card Odisha

| Daily Odia News

ବିଜେପି ବିରୋଧରେ ଅଭିଯୋଗ ଆଣିଲା ଶିବସେନା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଥମିବାରେ ନାଁ ନେଉନି ମହାରାଷ୍ଟ୍ର ରାଜନୈତିକ ବିବାଦ | ମହାରାଷ୍ଟ୍ର ରାଜନୀତିର ଦେଖାଦେଇଛି ଉଷ୍ଣତା | ଏହା ଭିତରେ ବିଜେପି ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛି ଶିବସେନା। ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ବିଜେପି ଷଡ଼ଯନ୍ତ୍ର କରୁଛି ବୋଲି ଶିବସେନା ଅଭିଯୋଗ କରିଛି। ମହାବିକାଶ ଅଘାଡ଼ି ସରକାରକୁ ଦୁର୍ବଳ କରିବାକୁ ବିଜେପି ଏବଂ କିଛି ଅଧିକାରୀଙ୍କ ମଧ୍ୟରେ ଅସାଧୁ ମେଣ୍ଟ ହୋଇ ଶିବସେନା କହିଛି। ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭୀସ ମଙ୍ଗଳବାର କହିଥିଲେ ଯେ, ତତ୍କାଳୀନ ଗୁଇନ୍ଦା କମିଶନର ରଶ୍ମି ଶୁକ୍ଳାଙ୍କ ଅନୁମତି ନିଆଯାଇ ଫୋନ୍‌ ଟ୍ୟାପିଂ କରାଯାଇଥିଲା ଏବଂ କଲ୍‌ରେ ହୋଇଥିବା ବାର୍ତ୍ତାଳାପର ୬.୩ ଜିବି ଡାଟା ତାଙ୍କ ପାଖରେ ରହିଛି, ଯେଉଁଥିରୁ ଅନେକ ଗୁରୁତ୍ଵପୂର୍ଣ୍ଣ ପୋଲିସ ଅଧିକାରୀଙ୍କ ନାମକୁ ନେଇ ଚର୍ଚ୍ଚା ହୋଇଥିଲା। ସେ ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିଥିଲେ ଏବଂ ମହାରାଷ୍ଟ୍ରରେ ପୋଲିସ କର୍ମଚାରୀଙ୍କ ବଦଳିରେ ହୋଇଥିବା ଦୁର୍ନୀତିର ସିବିଆଇ ତଦନ୍ତ କରାଇବାକୁ ଦାବି କରିଥିଲେ ବୋଲି ଫଡନଭୀସ କହିଛନ୍ତି। ଶିବସେନା କହିଛି, ଯାହାଙ୍କୁ ପରମବୀର ସିଂହଙ୍କ ଚିଠି ଏତେ ଗୁରୁତ୍ଵପୂର୍ଣ୍ଣ ଲାଗୁଛି, ତାଙ୍କୁ ପୁଲିସ ଅଧିକାରୀ ଅନୁପ ଦାଙ୍ଗେଙ୍କ ସହିତ ବି ନ୍ୟାୟ କରିବା ଉଚିତ, ଯିଏ ସିଂହଙ୍କ ବିଷୟରେ ଲେଖିଥିଲେ। ରାଜ୍ୟବାସୀ ଜାଣିଛନ୍ତି ଯେ, ବିଜେପି କାହିଁକି ଏବଂ କେଉଁଥିପାଇଁ ଏସବୁ କରୁଛି। ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ କରି ଅସ୍ଥିରତା ସୃଷ୍ଟି କରିବା ବିଜେପିର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଶିବସେନା ଏହାର ପତ୍ରିକା ‘ସାମନା’ର ସମ୍ପାଦକୀୟରେ ଉଲ୍ଲେଖ କରିଛି।

Breaking News