Report Card Odisha

| Daily Odia News

ନିର୍ବାଚିତ ସରକାର ଅପେକ୍ଷା ଉପ ରାଜ୍ୟପାଳଙ୍କୁ ମିଳିବ ଅଧିକ କ୍ଷମତା ପାସ ହେଲା ବିଲ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରାଜ୍ୟସଭାରେ ପାରିତ ହେଲେ ନ୍ୟାସନାଲ କ୍ୟାପିଟାଲ ଅଫ୍ ଦିଲ୍ଲୀ ଆମେଣ୍ଡମେଣ୍ଟ ବିଲ୍। ଆମ୍ ଆଦ୍‌ମି ପାର୍ଟି, କଂଗ୍ରେସ ଓ ଅନ୍ୟ ବିରୋଧୀଙ୍କ ବିରୋଧ ସତ୍ତ୍ୱେ ମଧ୍ୟ ଏହି ବିଲ୍ ରାଜ୍ୟସଭାରେ ପାରିତ ହୋଇଯାଇଛି । ବିଲ୍‌କୁ ବିରୋଧ କରି କଂଗ୍ରେସ ସମେତ ଆମ୍ ଆଦ୍‌ମୀ ପାର୍ଟି ଓ ଅନ୍ୟ ବିରୋଧୀ ଦଳର ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ । ବିଲ୍ ପାସ୍ ହେବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ କହିଛନ୍ତି, ଏହା ଭାରତୀୟ ଗଣତନ୍ତ୍ର ପାଇଁ ଦୁଃଖଦ ଦିନ । କ୍ଷମତା ଫେରି ପାଇବା ପାଇଁ ସଂଘର୍ଷ ଜାରି ରହିବ ବୋଲି କହିଛନ୍ତି କେଜରିଓ୍ୱାଲ। ପୂର୍ବରୁ ଲୋକସଭାରେ ଏହି ବିଲ୍ ପାରିତ ହୋଇ ସାରିଥିଲା । ଏବେ ରାଜ୍ୟ ସଭାରେ ବିଲ୍ ପାସ୍ ହେବା ପରେ ଏହା ଏବେ ରାଷ୍ଟ୍ରପତିଙ୍କ ପାଖକୁ ମଞ୍ଜୁରୀ ପାଇଁ ଯିବ । ଏହି ବିଲ୍ ଅନୁଯାୟୀ ଦିଲ୍ଲୀରେ ନିର୍ବାଚିତ ସରକାର ଅପେକ୍ଷା ଉପ ରାଜ୍ୟପାଳଙ୍କୁ ମିଳିବ ଅଧିକ କ୍ଷମତା ଦିଲ୍ଲୀ । ସରକାର ଏବେ କୌଣସି କାର୍ଯ୍ୟାନୁଷ୍ଠାନ ପୂର୍ବରୁ କିମ୍ବା କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଉପରାଜ୍ୟପାଳଙ୍କ ମତାମତ ଲୋଡ଼ିବେ ବିଧାନସଭାରେ ପାରିତ କୌଣସି ବିଲ୍‌କୁ ଉପରାଜ୍ୟପାଳଙ୍କ ମଞ୍ଜୁରୀ ନେବାକୁ ପଡିବ। ବିଲ୍‌ରେ ଏହା ମଧ୍ୟ ପ୍ରସ୍ତାବ ରଖାଯାଇଛି ଯେ, ଦିଲ୍ଲୀ ସହର ସହ ଯଡ଼ିତ କୌଣସି ବି ନିର୍ଣ୍ଣୟ ନେବା ପୂର୍ବରୁ ଉପରାଜ୍ୟପାଳଙ୍କ ମତାମତ ନେବାକୁ ପଡ଼ିବ । ଏହା ଛଡ଼ା ଦିଲ୍ଲୀ ସରକାର ନିଜ ତରଫରୁ କୌଣସି ନିୟମ ପ୍ରସ୍ତୁତ କରିପାରିବେ ନାହିଁ।

Breaking News