Report Card Odisha

| Daily Odia News

ଭୁବନେଶ୍ୱରରୁ ଧାରା ପଡିଲା ସାପ ବିଷ ସ୍ମଗଲିଂ କାରବାର…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜଧାନୀ ଭୁବନେଶ୍ୱରରୁ ଧରାପଡ଼ିଛି ସାପ ବିଷ ସ୍ମଗଲିଂ କାରବାର । ଏୟାରପୋର୍ଟ ଅଞ୍ଚଳରେ ଜାଲ ବିଛାଇ ବନ ବିଭାଗ ୩ ସ୍ମଗଲରଙ୍କୁ ଧରିଥିବା ନେଇ ସୂଚନା ମିଳିଛି । ସେମାନେ ସମସ୍ତେ ବଲାଙ୍ଗୀର ଅଞ୍ଚଳର ବୋଲି ଜଣାପଡିଛି । ସାପ ବିଷ ପାଇଁ ୧୦ ଲକ୍ଷ ଟଙ୍କାର ଡିଲବେଳେ ବନ ବିଭାଗ ସେମାନଙ୍କୁ ଧରିଛି । ଅଭିଯୁକ୍ତମାନଙ୍କ ଠାରୁ ସାପ ବିଷ ଜବତ କରାଯାଇଥିବା ଜଣାଯାଇଛି । ଜବତ ସାପ ବିଷ ଟେଷ୍ଟିଂ ପାଇଁ ଲ୍ୟାବ ପଠାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Breaking News