ରିପୋର୍ଟ କାର୍ଡ / ପୁରୀ
ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଆଷାଢ଼ ଶୁକ୍ଲପକ୍ଷ ଦ୍ୱିତୀୟ ତିଥିରେ ମହାପ୍ରଭୁଙ୍କର ଘୋଷ ଯାତ୍ରା ଅନୁଷ୍ଠିତ ହୁଏ | ରଥଯାତ୍ରା ପାଇଁ ଆଜି ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ମହାପ୍ରଭୁଙ୍କ ନୀତିକାନ୍ତିଆରମ୍ଭ ହୋଇଛି।ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ପହଣ୍ଡି କରି ଦେବଦଳନ ରଥରେ ବିଜେ କରାଯିବ। ଏହା ପରେ ବଡ଼ ଭାଇ ଶ୍ରୀ ବଳଭଦ୍ର ଧାଡ଼ ପହଣ୍ଡିରେ ଆସି ତାଳଧ୍ୱଜ ରଥରେ ବିଜେ ହେବେ।ପରେ ମା’ସୁଭଦ୍ରାଙ୍କୁ ପହଣ୍ଡିରେ ଆଣି ଦେବଦଳନ ରଥରେ ବିଜେହେବେ।ଏହା ପରେ ବଡ଼ଦାଣ୍ଡରେ ଝୁଲି ଝୁଲି ରଥ ଉପରକୁ ଆସିବେକାଳିଆ ସାଆନ୍ତେ । ପହଣ୍ଡିକୁ ଅପେକ୍ଷା କରିଛନ୍ତି ଲକ୍ଷାଧିକ ଭକ୍ତ।ସକାଳ ୯ଟାରେ ରଥ ପ୍ରତିଷ୍ଠା ନୀତି ସମ୍ପନ୍ନ ହେବ। ଏହାପରେ ସକାଳ ସାଢ଼େ ୯ଟାରୁ ଦିନ ସାଢ଼େ ୧୨ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ପହଣ୍ଡି ନୀତି ଅନୁଷ୍ଠିତ ହେବ। ପହଣ୍ଡି ଶେଷ ହେବା ପରେ ଅପରାହ୍ଣ ୨ଟାରୁ ୩ଟା ମଧ୍ୟରେ ଗଜପତି ମହାରାଜଙ୍କ ଦ୍ୱାରା ପରମ୍ପରାଗତ ‘ଛେରା ପହଁରା’ ନୀତି ସମ୍ପନ୍ନ କରାଯିବ।ଛେରା ପହଁରା ଶେଷ ହେବା ପରେ ଅପରାହ୍ଣ ୪ଟାରେ ତିନିରଥ ଟଣା ଆରମ୍ଭ ହେବ |






More Stories
୯ରୁ ବଡ଼ ବର୍ଷା !…..
ରାଜ୍ୟରେ ପ୍ରାୟ ୧୦ ଲକ୍ଷ ନିଯୁକ୍ତି ସୁଯୋଗ…..
ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ତଦନ୍ତ ଫାଇଲ ଗାଏବ୍ ମାମଲା;ସିବିଆଇ ତଦନ୍ତ ଦାବି ….