Report Card Odisha

| Daily Odia News

ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ପରଲୋକ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବରିଷ୍ଠ ଅଭିନେତା ନାନା ପାଟେକରଙ୍କର ପରଲୋକ ଘଟିଛି | ସେ ୭୫ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏହି ଖବରରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ଗୁରୁବାର ସକାଳ ୫:୨୦ରେ ଗୋଆସ୍ଥିତ ତାଙ୍କ ବାସଭବନରେ ହୃଦଘାତରେ ପରଲୋକ ହୋଇଛି। ତାଙ୍କୁ ୪୫ ମିନିଟ୍ ପାଇଁ ନିରନ୍ତର ସିପିଆର ଦିଆଯାଇଥିଲା, ମାତ୍ର କିଛି ଫଳପ୍ରଦ ହୋଇନଥିଲା। ଗୋଆର ମଣିପାଲ ହସ୍ପିଟାଲର ଡାକ୍ତର ଶେଖର ସାଲକର କହିଛନ୍ତି ଯେ ନାନା ପାଟେକରଙ୍କ ତାଙ୍କ ଘରେ ହୃଦଘାତ ହୋଇଥିଲା। ବିଶ୍ୱନାଥ ପାଟେକର, ଯିଏ ନାନା ପାଟେକର ଭାବରେ ବିଶ୍ୱରେ ପରିଚିତ| ହିନ୍ଦୀ ଏବଂ ମରାଠୀ ସିନେମାର ଜଣେ ପ୍ରସିଦ୍ଧ ଅଭିନେତା ଥିଲେ। ତାଙ୍କର ଜନ୍ମ ଜାନୁଆରୀ ୧, ୧୯୫୧ ରେ ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାର ମୁରୁଦ-ଜଞ୍ଜିରାରେ ହୋଇଥିଲା। ସେ କେବଳ ଜଣେ ଅଭିନେତା ନଥିଲେ ବରଂ ଜଣେ ଚଳଚ୍ଚିତ୍ର ପ୍ରଯୋଜକ, ନିର୍ଦ୍ଦେଶକ ଏବଂ ଲେଖକ ମଧ୍ୟ ଥିଲେ। ତାଙ୍କୁ ଭାରତୀୟ ସିନେମାର ସର୍ବୋତ୍ତମ ଏବଂ ପ୍ରଭାବଶାଳୀ ଅଭିନେତାମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ।
ନାନା ପାଟେକର ୧୯୭୮ ମସିହାରେ “ଗମନ” ଚଳଚ୍ଚିତ୍ର ମାଧ୍ୟମରେ ହିନ୍ଦୀ ସିନେମାରେ ପାଦ ଥାପିଥିଲେ। ପ୍ରାରମ୍ଭରେ, ସେ ମରାଠୀ ଏବଂ ହିନ୍ଦୀ ଚଳଚ୍ଚିତ୍ରରେ କାମ କରିଥିଲେ।

Breaking News