ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ଗତ ୨୪ ଘଣ୍ଟାରେ ୧,୦୩,୩୪୪ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଆମେରିକା ପରେ ଏବେ ଭାରତ ଦ୍ୱିତୀୟ ଦେଶ ଯେଉଁଠି ଦୈନିକ କରୋନା ଏକ ଲକ୍ଷ କରୋନା ରୋଗୀ ଚିହ୍ନଟ ହେଉଛନ୍ତି। ସେହିପରି ୨୪ ଘଣ୍ଟା ମଧ୍ୟରେ ୪୭୮ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଭାରତରେ କରୋନର ଦ୍ୱିତୀୟ ଲହରୀର କରୋନା ଅଧିକ ଭୟଙ୍କର ଓ କ୍ଷତିକାରକ ମନେ ହେଉଛି। କାରଣ ଗତବର୍ଷ ତୁଳନାରେ ଏଥର କରୋନା ସଂକ୍ରମଣ ୭ ଗୁଣା ଅଧିକ ହୋଇଛି। ସେହିପରି କରୋନା ସାପ୍ତାହିକ ମୃତ୍ୟୁ ସଂଖ୍ୟା ୫୯ ପ୍ରତିଶତ ବୃଦ୍ଧି ପାଇଛି। ଦେଶରେ ମୋଟ କରୋନା ସଂକ୍ରମଣ ସଂଖ୍ୟା ୧ କୋଟି ୨୫ ଲକ୍ଷ ୮୯ ହଜାର ୬୭କୁ ବୃଦ୍ଧି ପାଇଛି। ସେହିପରି ଗତ ୨୪ ଘଣ୍ଟାରେ ୪୭୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏଥି ସହିତ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୬୫ ହଜାର ୧୦୧ ରେ ପହଞ୍ଚିଛି। ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ୫୨ ହଜାର ୮୪୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧ କୋଟି ୧୬ ଲକ୍ଷ ୮୨ ହଜାର ୧୩୬କୁ ବୃଦ୍ଧି ପାଇଛି। ଦେଶରେ କରୋନା ଆରୋଗ୍ୟ ହାର ୯୨.୮ ପ୍ରତିଶତକୁ ହ୍ରାସ ପାଇଛି । ସେହିପରି ଦେଶରେ ଚିକିତ୍ସାଧୀନ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୪୧ ହଜାର ୮୩୦ରେ ପହଞ୍ଚିଛି। ଯାହା ମୋଟ ଆକ୍ରାନ୍ତ ସଂଖ୍ୟାର ୫.୮୯% । ଇତି ମଧ୍ୟରେ ଦେଶରେ ୨୪ କୋଟି ୯୦ ଲକ୍ଷ ୧୯ ହଜାର ୬୫୭ କରୋନା ନମୂନା ପରୀକ୍ଷା କରାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ଦେଶରେ ୭ କୋଟି ୯୧ ଲକ୍ଷ ୫ ହଜାର ୧୬୩ ଲୋକଙ୍କୁ ଟିକାଦାନ କରାଯାଇଛି।






More Stories
ରାସନ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ: ପ୍ରତି ମେମ୍ବର ପାଇବେ ୭ କେଜି ଶସ୍ୟ……
ମୋ ଝିଅକୁ ଫାଶୀ ଦିଅ…..
ଜୀବନ ନେଉଛି ଫ୍ଲୁ…..