ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଛତିଶଗଡ଼ ବିଜାପୁର-ସୁକମା ସୀମାନ୍ତରେ ନକ୍ସଲ ଆକ୍ରମଣରେ ୨୩ ଯବାନ ଶହୀଦ ହୋଇଛନ୍ତି। ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସୋମବାର ବିଜାପୁରରେ ପହଂଚିଛନ୍ତି । ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଅମିତ ଶାହା । ଏହା ପୂର୍ବରୁ ଶାହା କହିଛନ୍ତି, ଯବାନଙ୍କ ବଳିଦାନ ବୃଥା ଯିବ ନାହିଁ। ଉପଯୁକ୍ତ ସମୟରେ ଏହାର ଜବାବ ଦିଆଯିବ। ତେବେ ଏହି ଆକ୍ରମଣରେ ଉଭୟ ପକ୍ଷର କ୍ଷତି ହୋଇଛି ବୋଲି ସେ କହିଛନ୍ତି। ଏହି ଆକ୍ରମଣ ଯୋଗୁ ଅମିତ ଶାହା ଆସାମରେ ନିର୍ବାଚନ ବାତିଲ କରି ଦିଲ୍ଲୀ ଫେରିଥିଲେ। ଦିଲ୍ଲୀରେ ସେ ନକ୍ସଲ ଆକ୍ରମଣ ଉପରେ ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ। ସୂଚନାଯୋଗ୍ୟ, ଛତିଶଗଡର ବିଜପୁରରେ ନକ୍ସଲ ଆକ୍ରମଣରେ ୨୩ ଯବାନ ଶହୀଦ ହୋଇଥିଲେ। ଏହାସହ ୩୦ ଯବାନ ଆହତ ମଧ୍ୟ ହୋଇଛନ୍ତି। ଶନିବାର ସନ୍ଧ୍ୟାରେ ଛତିଶଗଡ଼ର ତରେମ୍ ଜଙ୍ଗଲରେ ନକ୍ସଲ୍ମାନଙ୍କ ସହ ଗୁଳି ବିନିମୟରେ ୮ ଜଣ ଯବାନ ସହିଦ ହୋଇଥିଲେ । ଅନ୍ୟପଟେ ୨୧ଜଣ ଯବାନ ନିଖୋଜ ହୋଇଥିବା କୁହାଯାଉଥିଲା । ତେବେ ବର୍ତ୍ତମାନ ସୁଦ୍ଧା ଏହି ଗୁଳି ବିନମୟରେ ମୋଟ ୨୨ ଜଣ ଯବାନ ସହିଦ ହୋଇଥିବା ସୂଚନା ଦେଇଛନ୍ତି ବିଜାପୁର ଏସପି । ତେବେ ଯବାନଙ୍କ ପ୍ରତି ଆକ୍ରମଣରେ ୧୫ରୁ ଅଧିକ ମାଓବାଦୀ ନିହତ ହୋଇଛନ୍ତି । ଅନ୍ୟପଟେ ଏବେ ବି ଆଉ ଜଣେ ଯବାନ ନିଖୋଜ ଅଛନ୍ତି ଏବଂ ୩୦ ଜଣ ଆହତ ଯବାନ ଏବେ ବି ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ବୋଲି ସୂଚନା ମିଳିଛି ।
More Stories
ନିର୍ବାଚନ ନିୟମରେ ବଡ଼ ପରିବର୍ତ୍ତନ,ଭିଡିଓ ରେକର୍ଡିଂ ଦେଖାଇବେନି…..
୨୮ରେ ଓଡିଶା ଆସିବେ ଶାହ….
ଭିଜିଲାନ୍ସ ଜାଲରେ ଜେନେରାଲ ମ୍ୟାନେଜର….