ରିପୋର୍ଟ କାର୍ଡ / ଭୁବନେଶ୍ବର
ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି | କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ସ୍ୱାସ୍ଥ୍ୟ ବିଭାଗ ରାଜ୍ୟର ଜନସାଧାରଣଙ୍କୁ ଅତି ଜରୁରୀ ନଥିଲେ ଲୋକମାନଙ୍କୁ ମେଡିକାଲ ନଆସିବାକୁ ନିବେଦନ କରିଛନ୍ତି । କ୍ରମଣ ବଢ଼ିବାରେ ଲାଗିଛି ଏପରି ସ୍ଥିତିରେ ମେଡିକାଲ ଭଳି ଗହଳି ସ୍ଥାନକୁ ଆସି ସଂକ୍ରମଣକୁ ଘରକୁ ନେଇ ଯାଆନ୍ତୁ ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ଦର୍ଶାଇଛି । ଅନ୍ୟପଟେ ସମସ୍ତଙ୍କୁ ସାମାଜିକ ଦୂରତା ପାଳନ କରିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ଗତ କିଛି ଦିନ ହେଲା ବିଭିନ୍ନ ସ୍ଥାନରେ ଡାକ୍ତରମାନେ କୋଭିଡ୍ ସଂକ୍ରମିତ ହେବା ଦେଖିବାକୁ ମିଳୁଛି । ଯାହାପରେ ସ୍ୱାସ୍ଥ୍ୟ ବିଭାଗ ଏନେଇ ତତ୍ପରତା ପ୍ରକାଶ କରିବା ସହିତ ହସ୍ପିଟାଲରେ କୋଭିଡ୍ ନିୟମ କଡ଼ାକଡ଼ି କରିବା ସହ ଭିଡ଼ ନକରିବାକୁ ପରାମର୍ଶ ଦେଇଛନ୍ତି ।






More Stories
ପ୍ରକାଶ ପାଇଲା ପିଜି ପ୍ରବେଶିକା ପରୀକ୍ଷା ରେଜଲ୍ଟ…..
ନୀତିନ ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ…..
ରାଜ୍ୟ କ୍ୟାବିନେଟ ବୈଠକରେ ୧୨ ପ୍ରସ୍ତାବକୁ ମଞ୍ଜୁରୀ…..