ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଋଷର କରୋନା ଟିକା ‘ସ୍ପୁଟନିକ ଭି’କୁ ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ବିଶେଷଜ୍ଞ କମିଟି ଅନୁମୋଦନ କରିଛି। ତୃତୀୟ କରୋନା ଟିକା ଭାବେ ଭାରତରେ ବ୍ୟବହାର ପାଇଁ ଅନୁମତି ମିଳିଲା । ପୂର୍ବରୁ କୋଭିସିଲ୍ଡ ଓ କୋଭାକ୍ସିନକୁ ଅନୁମତି ମିଳିସାରିଛି। ଦେଶରେ କରୋନାର ଦ୍ୱିତୀୟ ଲହର ହୁହୁ ହୋଇ ବଢିଚାଲିଛି । କିଛିଦିନ ହେବ ଦେଶରେ ଟିକା ଅଭାବ ଥିବା କଥା ସାମ୍ନାକୁ ଆସିଛି। ଆଉ ଏହି ସମୟରେ ସଂକ୍ରମଙ୍କୁ ରୋକିବା ପାଇଁ ଟିକା ଏକମାତ୍ର ବିକଳ୍ପ | ଏମିତିକି ଟିକା ଅଭାବ ହେବାରୁ ଓଡ଼ିଶା ସମେତ କିଛି ରାଜ୍ୟରେ ଟିକାକରଣ କେନ୍ଦ୍ର ବି ବନ୍ଦ ହୋଇଯାଇଥିଲା । ହେଲେ ଏବେ ତୃତୀୟ କୋଭିଡ୍ ଟିକା ଭାବେ ଋଷ ଟିକା ସ୍ଫୁଟନିକ ଭି କୁ ଭାରତ ସରକାର ବ୍ୟବହାରିକ ମଞ୍ଜୁରି ପ୍ରଦାନ କରିଛନ୍ତି ବିଶେଷଜ୍ଞ କମିଟି । ଟିକା ଲାଗି ଆଜି ସବଜେକ୍ଟ ଏକ୍ସପର୍ଟ କମିଟିର ବୈଠକ ବସିଥିଲା । ଏଠାରେ ସ୍ଫୁଟନିକ୍ ଭି ଟିକାର ପରୀକ୍ଷଣ ଡାଟା ଉପସ୍ଥାପନ କରାଯାଇଥିଲା। ବୈଠକ ପରେ ସ୍ଫୁଟନିକ୍ ଭି କୁ ଭାରତରେ ବ୍ୟବହାରିକ ମଞ୍ଜୁରି ପ୍ରଦାନ କରାଯାଇଛି । ଦେଶରେ ଏବେ ଦୁଇଟି ଟିକାର ବ୍ୟବହାର କରାଯାଉଛି, ସେରମ୍ ଇନଷ୍ଟିଚ୍ୟୁଟର କୋଭିସିଲ୍ଡ ଓ ଭାରତ ବାୟୋଟେକର କୋଭାକ୍ସିନକୁ ଲୋକମାନଙ୍କୁ ଦିଆଯାଉଛି।
More Stories
ମୁଖ୍ୟମନ୍ତ୍ରୀଙ୍କ ନାଁରେ ସ୍ବାଧୀକାର ଭଙ୍ଗ ନୋଟିସ, ଇତିହାସରେ କଳଙ୍କିତ ଅଧ୍ୟାୟ……
ମହାନଦୀରୁ ମିଳୁନି କଉଡିଆଙ୍କ ପତ୍ତା……
ଦିଲ୍ଲୀରେ ୩ ଛାତ୍ରଙ୍କ ମୃତ୍ୟୁ ନେଇ ତମ୍ବିତୋଫାନ: ତଦନ୍ତ ଜାରି, ମାଲିକ ଗିରଫ……