ରିପୋର୍ଟ କାର୍ଡ / ବାଲେଶ୍ଵର
ଭୁବନେଶ୍ବର-କୋଲକତା ଜନଶତାବ୍ଦୀ ଟ୍ରେନରେ ଅଗ୍ନିକାଣ୍ଡ ଘଟିଛି। ଡି-୬ କୋଚରୁ ଧୂଆଁ ଦେଖି ଭୟଭୀତ ହୋଇଯାଇଥିଲେ ଯାତ୍ରୀ । ଫଳରେ ସୋର ଷ୍ଟେସନରେ ୧୫ମିନିଟ୍ ଟ୍ରେନ୍ ଅଟକିଲା । ସୂଚନାଯୋଗ୍ୟ, ଟ୍ରେନ୍ ର ଡି-୬ କୋଚରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । କୋଚର ବାଥରୁମ୍ ନିକଟରୁ ବାହାରୁଥିଲା ଧୂଆଁ । ଜଣେ ଅଜଣା ଯାତ୍ରୀ ସିଗାରେଟ୍ ଖାଇ ବାଥରୁମରେ ପକାଇଥିବା ବେଳେ ଅଳିଆରେ ନିଆଁ ଲାଗି ଧୂଆଁ ବାହାରୁଥିଲା । ସଫେଇ କର୍ମଚାରୀ ନିଆଁ ଲିଭାଇବା ପରେ ଗନ୍ତବ୍ୟସ୍ଥଳ ଅଭିମୁଖେ ଟ୍ରେନଟି ୧୫ ମିନିଟ୍ ବିଳମ୍ବରେ ଛାଡିଥିବା ଜଣାପଡିଛି ।






More Stories
ଫାଟିଲା ଗ୍ୟାସ୍ ସିଲିଣ୍ଡର; ଜଳିଲା ବଜାର….
ତହସିଲ୍ଦାରଙ୍କ ଘରେ ଭିଜିଲାନ୍ସ ରେଡ଼…..
ଗ୍ୟାସ ସିଲିଣ୍ଡରକୁ ନେଇ ବଡ଼ ଘୋଷଣା…..