ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ଆଜି ୨ ଲକ୍ଷ ଅତିକ୍ରମ କରିଛି କରୋନା ସଂକ୍ରମଣ ସଂଖ୍ୟା। ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୭୩୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଦିନକରେ ଆଉ ୧୦୩୮ ଜଣ ସଂକ୍ରମିତ ପ୍ରାଣ ହରାଇଛନ୍ତି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୪୦ ଲକ୍ଷ ୭୪ ହଜାର ୫୬୪କୁ ବୃଦ୍ଧି ପାଇଛି। ସେହିପରି ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୭୩ ହଜାର ୧୨୩ରେ ପହଞ୍ଚିଛି। ଦେଶରେ ଏବେ ୧୪ ଲକ୍ଷ ୭୧ ହଜାର ୮୭୭ ସକ୍ରିୟ ରୋଗୀ ରହିଥିବାବେଳେ ୧ କୋଟି ୨୪ ଲକ୍ଷ ୨୯ ହଜାର ୫୬୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅନ୍ୟପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ୧୧ କୋଟି ୪୪ ଲକ୍ଷ ୯୩ ହଜାର ୨୩୮ ଜଣଙ୍କୁ କରୋନା ଟିକା ଦିଆଯାଇ ସାରିଛି। ଗତ କାଲି ୩୩ ଲକ୍ଷ ୧୩ ହଜାର ୮୪୮ ଜଣଙ୍କୁ ଟିକା ପ୍ରଦାନ କରାଯାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।






More Stories
ବନ୍ୟା ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ…..
ଯୁବଶକ୍ତି ଦେଶର ସବୁଠୁ ମୂଲ୍ୟବାନ ସମ୍ପତ୍ତି…..
“ଆଜି,ଭାରତ ଏକ ସ୍ଥିର ସରକାର ସହିତ ବିଶ୍ୱ ସ୍ତରରେ ପ୍ରଗତି କରୁଛି……