ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତା କାଲି ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା | ଭକ୍ତଙ୍କ ସମାଗମକୁ ରୋକିବା ପାଇଁ ଜାରି ହେଲା କଟକଣା। କାଲି ଦିନ ୧୨ଟାରୁ ସଂଧ୍ୟା ପର୍ଯ୍ୟନ୍ତ ୧୪୪ ଜାରି ହେବ। ଏନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ରଥଦାଣ୍ଡକୁ ଭକ୍ତଶୂନ୍ୟ କରିବା ପାଇଁ ୧୪୪ ଲାଗିବ। କେବଳ କୋଭିଡ଼ ନେଗେଟିଭ ଥିବା ସେବାୟତଙ୍କୁ ଅନୁମତି ମିଳିବ। ରଥଦାଣ୍ଡର ଦୁଇ ପାର୍ଶ୍ୱରେ ଥିବା କୋଠାରେ ବି ଲୋକ ରହିବାକୁ ମନା କରାଯାଇଛି। ରଥଯାତ୍ରା ପାଇଁ ୧୫ ପ୍ଲାଟୁନ୍ ଫୋର୍ସ, ୫୦ ଅଫିସର ମୁତୟନ ହେବେ।






More Stories
ବିହାର ନୂଆ ମୁଖ୍ୟମନ୍ତ୍ରୀ ହେଲେ ସମ୍ରାଟ ଚୌଧୁରୀ…..
୨୧ରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି…..
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….