Report Card Odisha

| Daily Odia News

ଭାଇରାଲ ହେଉଛି ନୀଳନୟନାଙ୍କ ଫଟୋ……

ରିପୋର୍ଟ କାର୍ଡ / ମୁମ୍ବାଇ

ବଲିଉଡ଼ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ନିଜର ସୌନ୍ଦର୍ଯ୍ୟ ଏବଂ ଅଭିନୟକୁ ନେଇ ଦେଶ ବିଦେଶରେ ଜଣାଶୁଣା। ଐଶ୍‌ ଫିଲ୍ମରୁ ଟିକେ ଦୂରେଇ ଯାଇଥିଲେ ବି ଅନେକ ସମୟରେ ସୋସିଆଲ ମିଡିଆରେ ତାଙ୍କ ଫଟୋ ଭାଇରାଲ ହୋଇଥାଏ। ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା ହୁଏ। ଏବେ ଐଶ୍‌ଙ୍କ ସେମିତି ଏକ ଫଟୋ ଭାଇରାଲ ହୋଇଛି। ପ୍ରଶଂସକମାନେ ଏହି ଫଟୋ ଦେଖି ନାନା ପ୍ରତିକ୍ରିୟା ଦେଇଛନ୍ତି। ଫଟୋରେ ଐଶ୍‌ ବହୁତ ୟଙ୍ଗ୍‌ ଆଉ ସୁନ୍ଦର ଦେଖାଯାଉଛନ୍ତି। ଯାହା ପ୍ରଶଂସକଙ୍କ ହୃଦୟରେ ନିଆଁ ଲଗାଇ ଦେଇଛି। ଅଭିନେତ୍ରୀ ସୋନମ କପୁର ଇନ୍‌ଷ୍ଟାଗ୍ରାମରେ ଐଶ୍ୱର୍ଯ୍ୟାଙ୍କ ଏକ ଫଟୋ ଶେୟାର କରିଥିଲେ। ଏଥିରେ ଐଶ୍‌ ବସିଥିବା ନଜର ଆସିଛନ୍ତି। ଭିନ୍ନ ଶୈଳୀରେ ଐଶ୍‌ ଫଟୋ ପୋଜ୍‌ ଦେଇଛନ୍ତି। ଏହି ଫଟୋ କ୍ୟାପଶନ ଏକ ସାକ୍ଷାତକାରରେ ନିଆଯାଇଥିଲା।

ଯାହା କି ୧୯୯୪ ମସିହାରେ ଐଶ୍‌ ମିସ୍‌ ଓ୍ବାଲର୍‌ଡରେ ଭାଗ ନେଇଥିବା ସମୟର। ଐଶ୍‌ଙ୍କର ଏହି ଫଟୋଗୁଡ଼ିକୁ ପ୍ରଶଂସକଙ୍କୁ ଖୁବ୍‌ ପସନ୍ଦ ଆସିଛି। ଜଣେ ୟୁଜର ଲେଖିଛନ୍ତି, ‘ସବୁଠୁ ସୁନ୍ଦର ଅଭିନେତ୍ରୀ’। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ଆରାଧ୍ୟାଙ୍କ କାର୍ବନ କପି। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ଏବେ କିଏ ଅଛନ୍ତି ଐଶ୍ୱର୍ଯ୍ୟାଙ୍କ ପରି। ଏହିପରି ନାନା କମେଣ୍ଟ ସବୁ ଦେଇଛନ୍ତି।

Breaking News